ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା
ରାଜ୍ୟରେ ଆଜି ସକାଳେ ପାଗ ଶୁଖିଲା ରହିବା ସହ ସନ୍ଧ୍ୟାବେଳେ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
(ଭୁବନେଶ୍ୱର) : ରାଜ୍ୟରେ ଆଜି ସକାଳେ ପାଗ ଶୁଖିଲା ରହିବା ସହ ସନ୍ଧ୍ୟାବେଳେ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗୁରୁବାର ସନ୍ଧ୍ୟା ଓ ରାତିରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସୂଚନାନୁଯାୟୀ , ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଏହି ବର୍ଷା ହେବ । ତେବେ ପହରଦିନ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପୂର୍ବ ଭଳି ବର୍ଷା ନହୋଇ ସ୍ୱଳ୍ପ ବର୍ଷା ହେବ ବୋଲି ପାଣିପାଗ ବିଭାଗ ନିର୍ଦେଶକ ଆକଳନ କରିଛନ୍ତି ।