୬ ଜିଲ୍ଲାକୁ ଛୁଇଁଲା ମୌସୁମୀ, ୟେଲୋ ୱାର୍ଣ୍ଣିଂ ଜାରି

୬ ଜିଲ୍ଲାକୁ ଛୁଇଁଲା ମୌସୁମୀ । ଶନିବାର ରାଜ୍ୟର ଆଉ କିଛି ଜିଲ୍ଲାକୁ ଛୁଇଁବ ମୌସୁମୀ ।

(ଭୁବନେଶ୍ୱର) : ୬ ଜିଲ୍ଲାକୁ ଛୁଇଁଲା ମୌସୁମୀ । ଶନିବାର ରାଜ୍ୟର ଆଉ କିଛି ଜିଲ୍ଲାକୁ ଛୁଇଁବ ମୌସୁମୀ । ଉତ୍ତର ଓଡ଼ିଶା ବ୍ୟତୀତ ବାକି ଅଞ୍ଚଳରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଧିକ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

ସେପଟେ ରାଜ୍ୟର କିଛି ଜିଲ୍ଲାରେ ଶୁକ୍ରବାର ଭଲ ବର୍ଷା ହୋଇଛି । ଶନିବାର ରାଜଧାନୀ ସମେତ ଦକ୍ଷିଣ ଓଡି଼ଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ବି ଅଛି । ଅପରାହ୍ଣରୁ ରାତି ଭିତରେ ଏହି ବର୍ଷା ସମ୍ଭାବନା ଅଧିକ । ଏଣୁ ରବିବାର ଏ ସବୁ ଜିଲ୍ଲାରେ ମୌସୁମୀ ଛୁଇଁବା ବୋଲି ଆକଳନ କରାଯାଉଛି ।

ବର୍ଷା ହେବା ପରେ ମୌସୁମୀ ବାୟୁର ଅଗ୍ରଗତି ଜଣାପଡି଼ବ । ଆଗାମୀ ୨ରୁ ୩ ଦିନ ଭିତରେ ରାଜ୍ୟର ଆଉ କିଛି ସ୍ଥାନକୁ ମୌସୁମୀ ଛୁଇଁପାରେ ।ଆଞ୍ଚଳିକ ପାଣିପାଗ ବିଭାଗର ବର୍ଷା ସମ୍ବନ୍ଧୀୟ ପୂର୍ବାନୁମାନ କହୁଛି, ଆସନ୍ତା ୪ଦିନ ଯାଏ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।