ତିନିଦିନ ଧରି ଶୀତଳ ଷଷ୍ଠୀ ପାଳନ..କଲେ ଗ୍ରାମବାସୀ .. ନିଆରା ଶିବ ବିବାହ ସାଙ୍ଗେ ଶୀତଳ ଷଷ୍ଠୀ କୁ ଏହି ଗ୍ରାମ ରେ ତିନି ଦିନ ଧରି ପାଳନ କରାଯାଏ ପ୍ରଥମ ଦିନ ମଙ୍ଗୁଳା କଳସ ବୁଡ଼ା ସହ ଦ୍ୱିତୀୟ ଦିନ ବର ଯାତ୍ରୀ ନେଇ ଖୋଳ କୀର୍ତନ ସହ ଠାକୁର ଙ୍କ ବାହାଘର ପାର୍ବତୀ ଙ୍କ ମନ୍ଦିର ରେ ତୃତୀୟ ଦିନ ରେ ଗ୍ରାମ ବାସି ଙ୍କମାତା ପାର୍ବତୀ ଓ ଶିବ ଙ୍କୁ ରୋଶଣି ଦେବାର ପ୍ରଥା ରହିଛି କ୍ଷ କେନ୍ଦୁଝର ଜିଲ୍ଲାଆନନ୍ଦ ପୁର ବ୍ଲକ ପଞ୍ଚୁଗୋଛିଆ ପଂଚାୟତ ମୁଗୁପୁରୁ ଉତ୍ତରେଶ୍ଵର ଶିବ ମନ୍ଦିର ରେ ମହାଦେବ ଶିବ ଓ ମାତା ପାର୍ବତୀ ଙ୍କ ଵିଵାହ ଉତ୍ସବ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି ।

କନ୍ୟା ପିତା କାଳିଆ ପଣ୍ଡା ଓ ବର ପିତା ଭାବେ ରବିନ୍ଦ୍ର ପଣ୍ଡା ଦାୟିତ୍ୱ ତୁଲାଇ ଥିବା ବେଳେ ପୂଜକ ନରହରି ପଣ୍ଡା ଙ୍କ ଦ୍ୱାରା ପାଲିଙ୍କି ରେ ମହାଦେବ ଠାକୁର ଙ୍କୁ ଘଣ୍ଟ କୀର୍ତ୍ତନ କରି ଗ୍ରାମ ପରି ଭ୍ରମଣ କରି ବାଜା ବାଣ ରୋଶଣି ରେ ଗ୍ରାମ ପରିକ୍ରମା କରି ଏହି ଶିବ ବିବାହ ଉତ୍ସବ କୁ ରୀତିନୀତି ଅନୁଯାୟୀ ପାଳନ କରିବା ସହ ହଜାର ହଜାର ଭକ୍ତ ଙ୍କ ସମାଗମ ସହ ପ୍ରସାଦ ସେବନ ବେବସ୍ଥା କରାଯାଇଥିଲା ।

ସଭାପତି ସୁକାନ୍ତ କୁମାର ରାଉତ ଙ୍କ ତତ୍ୱାବଧାନ ରେ ,ସମ୍ପାଦକ ଶରତ ଚନ୍ଦ୍ର ଜେନା ,କୋଷଧକ୍ଷ ସୁମନ୍ତ କୁମାର ଦାସ , ଙ୍କ ସମେତ ସମସ୍ତ ଗ୍ରାମ ବାସି ପରିଚାଳନା କରି ଥିଲେ