ବେଆଇନି କରତ କଳ ଉପରେ ବାଲେଶ୍ୱର ଭିଜଲାନସର ଚଢାଉ

(ରିପୋର୍ଟସ ଟୁଡେ) : ଭଦ୍ରକରେ ବେଆଇନ ଭାବେ ଅନେକ କରତ କଳ ଚାଲୁଥିବା ବେଳେ ବନ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଛି। ତେବେ ବାଲେଶ୍ୱର ଭିଜିଲାନସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନସର ଏକ ସ୍ବତନ୍ତ୍ର ଟିମ୍ ପୁରୁଣାବଜାର ଅଞ୍ଚଳର ସଙ୍ଗତ ଛକଠାରେ ଚାଲୁଥିବା ଏମିତି ଏକ କରତ କଳ ଉପରେ ଅତର୍କିତ ଚଢଉ କରି ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ କରିଛି। ଏହାଛଡ଼ା ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଯନ୍ତ୍ରାଂଶକୁ ଜବତ କରାଯାଇଛି। ସେହିପରି ପୁରୁଣାବଜାର ପଠାଣମହଲାର ଥିବା ଏକ ସ’ ମିଲ୍‌ ଉପରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଓ ସାମଗ୍ରୀ ଜବତ କରାଯାଇଛି। ଏଇ ଘଟଣାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ତେବେ ଚଢାଉ ବେଳେ ସ’ ମିଲର ମାଲିକ ଫେରାର ହୋଇଯାଇଛନ୍ତି।