(ଜୟନ୍ତ କୁମାର ସେଠୀ): ଭିଜିଲାନ୍ସ ହାତରେ ଧରାପଡିଲେ ଡେଲାଙ୍ଗ ଫାଣ୍ଡି ଅଧିକାରୀ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧିନସ୍ଥ ଡେଲାଙ୍ଗ ହାଟ ଫାଣ୍ଡି ଅଧିକାର ଏକ ପାରିବାରିକ କଳହ ମାମଲାକୁ ରଫାଦଫା କରିବା ପାଇଁ ଚାରି ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଥିଲେ।
ଘଟଣାରୁ ପ୍ରକାଶ ଯେ ଅମାଳଙ୍ଗ ଗ୍ରାମର ଝୁନା ବେହେରା ଓ ଓଷା ବେହେରାଙ୍କ ପରିବାର ମଧ୍ୟରେ ଜମିବାଡି ଜାଗାକୁ ନେଇ ପାଟି ତୁଣ୍ଡ ହେବାସହ ହାଟ ଫାଣ୍ଡି ଅଧିକାରୀ ଦିଲୀପ କୁମାର ବେହେରାଙ୍କ ପାଖରେ ଦୁଇ ପକ୍ଷରୁ ଅଭିଯୋଗ କରିଥିଲେ।ଝୁନା ବେହେରାଙ୍କୁ ସାହାଯ୍ୟ କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଫାଣ୍ଡି ଅଧିକାରୀ।ପୂର୍ବ ପ୍ରସ୍ତୁତ ଅନୁଯାୟୀ ଲାଞ୍ଚ କାରବାର ହେବା ସମୟରେ ଧରାପଡିଥିଲେ ଫାଣ୍ଡି ଅଧିକାରୀ ଦିଲିପ କୁମାର ବେହେରା ।ଭୂବନେଶ୍ବରରୁ ଆସିଥିବା ଭିଜିଲାନ୍ସର ଡିଏସପି ଏ,କେ, ମିଶ୍ରଙ୍କ ସହ ତାଙ୍କ ଟିମଙ୍କ ଦ୍ବାରା ତାଙ୍କୁ ଗିରଫ କରିଛନ୍ତି ।