କକ୍ରୋଚ ଜନତା ପାର୍ଟି ବା ସିଜେପିର ଆନ୍ଦୋଳନକୁ ଫ୍ଲପ ଶୋ’ ବୋଲି କହିଛି ବିଜେପି। ଆଜି ସିଜେପି ଯନ୍ତରମନ୍ତରରେ ଜ୍ଞାନେଶଙ୍କ ଇସ୍ତଫା ଦାବିରେ ବିଶାଳ ବିକ୍ଷୋଭ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଥିଲା। ହେଲେ ପୁଲିସ୍ ପ୍ରାୟ ୨ ହଜାର ବିକ୍ଷୋଭକାରୀଙ୍କୁ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଉଠାଇ ନେଇଛି। ସେହିପରି ଯନ୍ତରମନ୍ତରରେ ୧୬୩ ବିଏନଏସ୍ ଲାଗୁ କରି ପୁଲିସ୍ କାହାକୁ ବି ଆନ୍ଦୋଳନ କରିବାକୁ ଦେଇ ନାହିଁ। ବିକ୍ଷୋଭକାରୀ ଯନ୍ତରମନ୍ତରରେ ପହଞ୍ଚି ପାରି ନଥିବାରୁ ଏହା ବିଫଳ ହୋଇଥିବା ଦାବି କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବିଦେଶ ଶକ୍ତି ବଳରେ ଅରାଜକତାର ପ୍ରଚାର କରୁଥିବା ମଧ୍ୟ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି। ଶୁକ୍ରବାର ବିରୋଧୀ ଇଣ୍ଡିଆ ବ୍ଲକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲା। ଏହାପରେ ରାହୁଲ କହିଥିଲେ ଯେ ରାଷ୍ଟ୍ରପତି ମୁର୍ମୁ ଭୋଟ ଚୋରି ଘଟଣାକୁ ଅସ୍ୱୀକାର କରି ନାହାନ୍ତି ବରଂ ଏହାର ପ୍ରମାଣ ମାଗିଛନ୍ତି। ବାସ୍ ରାହୁଲଙ୍କ ଏହି ବୟାନକୁ କଟାକ୍ଷ କରିଛନ୍ତି ସମ୍ବିତ ପାତ୍ର। ସେ କହିଛନ୍ତି, “ଯନ୍ତରମନ୍ତରରେ ଯାହା ଘଟୁଛି ଓ ଟିଭି ଏବଂ ସୋଶାଲ ମିଡିଆରେ ଯାହା ପ୍ରଚାର ହେଉଛି, ସେସବୁ ଭାରତର ପ୍ରକୃତ କାହାଣୀ ନୁହେଁ।