କୋରାପୁଟ: କୋରାପୁଟ ଜେଲ୍ର ୱାର୍ଡର ଦାମୋଦର ତ୍ରିପାଠୀଙ୍କ ଗଳିତ ମୃତଦେହ ତାଙ୍କ ସରକାରୀ ବାସଗୃହରୁ ଉଦ୍ଧାର କରାଯାଇଛି। ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପଡ଼ୋଶୀମାନେ ପୋଲିସକୁ ଖବର ଦେବା ପରେ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଜୟପୁରର କେଳାନଗର ନିବାସୀ ତ୍ରିପାଠୀ ଗତ ସେପ୍ଟେମ୍ବର ୨୫ ତାରିଖରୁ କର୍ତ୍ତବ୍ୟରେ ଅନୁପସ୍ଥିତ ଥିଲେ। ପଡ଼ୋଶୀଙ୍କ ସୂଚନା ଆଧାରରେ ପୋଲିସ ଉକ୍ତ ବାସଗୃହରେ ପହଞ୍ଚି କବାଟ ଭାଙ୍ଗି ଭିତରକୁ ଯାଇଥିଲା ଏବଂ ସେଠାରେ ତାଙ୍କର ଗଳିତ ମୃତଦେହ ପାଇଥିଲା। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।