ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ପାଇଁ ଆସିଛି ଦୁଃଖ ଖବର। ବିକ୍ଷୋଭ କରିବାକୁ ଆସି ଦିଲ୍ଲୀ ପୁଲିସ୍ ଦ୍ୱାରା ଅଟକ ରହିଥିବା ବେଳେ ତାଙ୍କ ଜେଜେ ମା’ଙ୍କ ଦେହାନ୍ତ ହୋଇଯାଇଛି। ମହାରାଷ୍ଟ୍ରର ହିଙ୍ଗୋଳି ଜିଲ୍ଲାର ସାନ୍ତୁକ ପିମ୍ପରି ଗାଁରେ ଥିବା ଘରେ ଦୀପେକଙ୍କ ଜେଜେ ମା’ ଶେଶ ନିଶ୍:ାସ ତ୍ୟାଗ କରିଛନ୍ତି । ବେଶ କିଛି ଦିନ ହେବ ଅଭିଜିତଙ୍କ ଜେଜେ ମା’ ଅସୁସ୍ଥ ରହିଥିଲେ। ବୟସଜନିତ ଅସୁସ୍ଥା କାରଣରୁ ଘରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଶନିବାର ତାଙ୍କର ଦେହାନ୍ତ ହୋଇଯାଇଛି।
ଶନିବାର ସକାଳୁ ଅଭିଜିତ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। କିନ୍ତୁ ସେ ଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ପୁଲିସ୍ ବିମାନ ଭିତରୁ ଉଠାଇ ନେଇଥିଲା।
ତେବେ ଜେଜେ ମା’ଙ୍କ ଦେହାନ୍ତ ଖବର ଦିଲ୍ଲୀ ପୁଲିସ୍ ତାଙ୍କୁ ଜଣାଇ ଦେଇଛି। ଏବେ ଅଭିଜିତ ଅନ୍ତିମ ସଂସ୍କାର ପାଇଁ ମହାରାଷ୍ଟ୍ର ଯିବେ ନା ଦିଲ୍ଲୀରେ ଅଟକ ରହି ଆନ୍ଦୋଳନ କରିବେ, ସେକଥା ତାଙ୍କ ଉପରେ ନିର୍ଭର କରେ ବୋଲି ପୁଲିସ୍ କହିଛି।