(ହରିଶ ଚନ୍ଦ୍ର ଦାସ) : ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ଅନ୍ତର୍ଗତ ଖମାର ଥାନା ଅଧିନରେ ଥିବା ଆଲୁରୀ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି । ଅର୍ଜୁନଝରି ଗ୍ରାମରେ ଆଜି ଚାରି ବର୍ଷର ଦୁଇ ନାବାଳିକା ଅଙ୍ଗନୱାଡ଼ି କେନ୍ଦ୍ରରେ ପାଠପଢ଼ା ସାରି ଘରକୁ ଫେରୁଥିବା ବେଳେ ଏକ କୂଅରେ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ଖମାର ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଦୁଇ ଜଣକର ମୃତ୍ୟୁ ହୋଇଛି । ଦୁଇ ମୃତକ ହେଲେ ପଲ୍ଲବି କିସାନ ଓ ଲଭ୍ଲି କିସାନ । ମ୍ରୁତ ଦେହ କୁ ବ୍ୟବଛେଦ ପାଇଁ ପାଳଲହଡା ଡାକ୍ତର ଖାନା କୁ ପଠାଯାଇଛି, ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । କୂଅଟି ଏକ ସରକାରୀ କୂଅ ହୋଇଥିବା ବେଳେ ଏଥିରେ କୌଣସି ଢ଼ାଙ୍କୁଣୀ ନଥିବାରୁ ଏହି ଘଟଣା ଘଟିଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।