ଥାନା ପୋଡି ଦିବସରେ ମଶାଲ ଶୋଭାଯାତ୍ରା

୧୯୪୨ ମସିହା ସେପ୍ଟେମ୍ବର ୬ ତାରିଖ ଏରସମା ବିପ୍ଳବ ଦିବସ ଓ ଐତିହାସିକ ଥାନା ପୋଡି ଦିବସ ଅବସରରେ, ରବିବାର ସନ୍ଧ୍ୟାରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।ଏରସମା ନାଗରିକ ସୁରକ୍ଷା ମଞ୍ଚ ଓ ସଙ୍କଳ୍ପ ସାମାଜିକ ସଂଗଠନ ପକ୍ଷରୁ ଆୟୋଜିତ ମଶାଲ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି ବଜାର ପରିକ୍ରମା ସହିତ ସଂଗ୍ରାମୀ ଭବନ ଗାନ୍ଧୀପୀଠ ଠାରେ ପହଞ୍ଚିଥିଲା। ଏଠାରେ ମହାତ୍ମା ଗାନ୍ଧି ଓ ସଂଗ୍ରାମୀ ଗୌରୀ ଶ୍ୟାମ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, ଚନ୍ଦ୍ରଜିତ ଦାସଙ୍କ ସଭାପତିତ୍ବରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ, ଯୁବନେତା ପାର୍ଥ ସାରଥି ରାଉତ,ଆଡଭୋକେଟ ଅକ୍ଷୟ ସ୍ଵାଇଁ, ପିସିସି ସଦସ୍ୟ ଧ୍ୱଜରାଜ ଖଣ୍ଡୁଆଳ,ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ଦିପ୍ତିରାଣୀ ପ୍ରଧାନ, ନିରାକାର ସ୍ବାଇଁ,ଚନ୍ଦନ ମଲ୍ଲିକ,ସୁମନ ଖଟୁଆ, ସରୋଜ ବେହେରା ଓ ଚନ୍ଦନ ପରିଡା ପ୍ରମୁଖ ଯୋଗଦେଇ ଐତିହାସିକ ଥାନା ପୋଡି ଦିବସର ସ୍ମୃତି ଚାରଣ କରିଥିଲେ ।