ରିଲିଜ ହେବ ଫିଲ୍ମ ଠଗସ୍ ଅଫ ହିନ୍ଦୁସ୍ଥାନ

(ରିପୋର୍ଟସ ଟୁଡେ): ଆଜି ରିଲିଜ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ଠଗସ୍‌ ଅଫ ହିନ୍ଦୁସ୍ତାନ । ଫ୍ୟୁରିଅସ୍‌, ରୋମାଣ୍ଟିକ୍‌, କମେଡି ଓ ଆକ୍ସନ ପ୍ୟାକ୍‌ରେ ଭର୍ତ୍ତି ଠଗ୍‌ସ ଅଫ୍‌ ହିନ୍ଦୁସ୍ତାନ୍‌ । ସମୁଦ୍ର ଲୁଟେରାଙ୍କ ଉପରେ ଫିଲ୍ମର କାହାଣୀ। ମଲ୍ଟିଷ୍ଟାରର ଫିଲ୍ମ ଠଗସ୍‌ ଅଫ ହିନ୍ଦୁସ୍ତାନରେ ଅମିତାଭ ବଚ୍ଚନ ଓ ଆମିର ଖାନ୍‌ଙ୍କ ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଫିଲ୍ମରେ ଅମିତାଭ ଆଜାଦ ଭୂମିକାରେ ନଜର ଆସୁଛନ୍ତି । ଆମିରଙ୍କୁ ଫିରଙ୍ଗୀ ମଲ୍ଲାହ ଭୂମିକାରେ ନେଗେଟିଭ କ୍ୟାରେକ୍ଟରରେ ଦେଖିବାକୁ ମିଳିବ।

ଟ୍ରେଲରରେ ସୂରିଆ ଚରିତ୍ରରେ ନଜର ଆସୁଥିବା କ୍ୟାଟ୍ରିନା କୈଫଙ୍କ ଗ୍ଲାମରସ ଅନ୍ଦାଜ ସହ ଫତିମା ଶେଖ୍‌ଙ୍କ ଯୋଦ୍ଧା ଅବତାର ଦେଖିବାକୁ ମିଳୁଛି। ୧୮୯୩ରେ ଫିଲିପ୍‌ ମେଡୋଜ୍‌ ଟେଲର୍‌ଙ୍କ ରଚିତ ଉପନ୍ୟାସ ‘କନଫେସନ୍‌ ଅଫ୍‌ ଏ ଠଗ୍‌’ ଉପରେ ଆଧାରିତ ହୋଇଛି ଫିଲ୍ମର କାହାଣୀ । ପରାଧୀନ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ଓ ଲୋକଙ୍କ ନିର୍ୟା ତନା କାହାଣୀକୁ ସିନେମାଟିକ୍‌ ୱେରେ ପ୍ରେଜେଣ୍ଟ କରାଯାଇଛି । ଗୋରା ସରକାରଙ୍କ ଜାହାଜ ଲୁଟ୍‌ ଘଟଣାକୁ କେନ୍ଦ୍ର କରି ନିର୍ମାଣ ହୋଇଛି ଫିଲ୍ମ । ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ କୃଷ୍ଣ ଆଚାର୍ୟ୍ୟ୍ ।