ତିନି ରଥରେ ବିଜେ ହେଲେ ତିନି ଠାକୁର

ପୁରୀ;ତିନି ରଥରେ ବିଜେ ହେଲେ ତିନି ଠାକୁର। ଆଜି ନବଯୌବନ ଦର୍ଶନ ପରି ଏକାଧିକ ନୀତିକାନ୍ତି ଥାଇ ବି ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ବିଜେ କରିଥିଲା ଶ୍ରୀଜିଉ। ନନ୍ଦିଘୋଷରେ ବିଜେକଲେ ପ୍ରଭୁ ଶ୍ରୀ ଜଗନ୍ନାଥ । ଧାଡି ପହଣ୍ଡିରେ ଆସି ରଥରେ ବିଜେ କଲେ ମହାପ୍ରଭୁ । ଝୁଲି ଝୁଲି ଆସି ରଥରେ ବିରାଜ କଲେ କାଳିଆ ଠାକୁର । ଘଣ୍ଟ, ଘଣ୍ଟା, ମୃଦଙ୍ଗ, ହରିବୋଲ, ହୁଳହୁଳି ନାଦରେ ପ୍ରକମ୍ପିତ ହେଲା ପରିବେଶ । ରଥାରୂଢହେଲେ ୩ ଠାକୁର । ତାଳଧ୍ବଜରେ ବଡ଼ଠାକୁର, ଦର୍ପଦଳନରେ ମା’ ସୁଭଦ୍ରା ବିରାଜିତ। ନନ୍ଦିଘୋଷ ରଥରେ ବିରାଜିଲେ ମହାପ୍ରଭୁ କଳିଆ ସାଆନ୍ତ। ବଡ଼ଦାଣ୍ଡରେ ରଥାରୂଢ଼ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି।