ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ ଦିନ ବର୍ଷା ସମ୍ଭାବନା । ଆସନ୍ତା ୧୭ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୭ ତାରିଖରେ ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଆଦିରେ ବର୍ଷା ଆଶଙ୍କା ରହିଛି। ସେହିପରି ୧୮ରେ ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ଆଶଙ୍କା ରହିଛି। ରାଜ୍ୟରେ ବର୍ତ୍ତମାନ ତାପମାତ୍ରା ହ୍ରାସ ଯୋଗୁଁ ଅନେକ ସ୍ଥାନରେ ଶୀତ ଜାରି ରହିଥିବା ବେଳେ ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୨ଦିନ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ କହିଛି ଅଞ୍ଚଳିକ ପାଣିପାଗ ବିଜ୍ଞାନ ।କନ୍ଦ୍ର ।