ଭୁବନେଶ୍ୱର: ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ବାଜିବ ଜୁନିୟର ହକି ବିଶ୍ୱକପ ବିଗୁଲ । ଏଥିପାଇଁ ପୁରୁଷ ଜୁନିଅର ହକି ବିଶ୍ୱକପ ପାଇଁ ଟିମ ଘୋଷଣା ହୋଇଛି । ୧୮ ଜଣିଆ ଦଳ ଘୋଷଣା କରିଛି ଏଫଆଇଏଚଆଇ । ଭାରତୀୟ ହକି ଦଳରେ ବିବେକ ସାଗର ପ୍ରସାଦ ଟିମରେ ଅଧିନାୟକ ରହିବେ । ସେହପରିି ଉପ ଅଧିନାୟକ ହେଲେ ଡ଼ିଫେଣ୍ଡର ସଞ୍ଜୟ । ତେବେ ସବୁଠୁ ବଡ଼ କଥା ହେଉଛି ୧୮ ଜଣିଆ ଦଳରେ ୩ ଓଡ଼ିଆ ସାମିଲ ହୋଇଛନ୍ତି । ସେମାନେ ହେଲେ ଓଡ଼ିଶାର ଅଭିଶେକ ଲାକ୍ରା, ସୁଦୀପ ଚିର୍ମାକୋ, ସୁନୀଲ ଜୋଜୋ । ୨୪ରେ ଭାରତର ପ୍ରଥମ ଅଭିଯାନ ଆରମ୍ଭ ହେବ । ପ୍ରଥମ ମ୍ୟଚେରେ ଫ୍ରାନ୍ସ ସହ ମୁହାଁମୁହିଁ ହେବ ଭାରତ । ମୋଟ ୧୬ଟି ଟିମ ବିଶ୍ୱକପରେ ଅଂଶଗ୍ରହଣ କରିବେ ।