କରଞ୍ଜିଆ/ ବସନ୍ତ କୁମାର ସୋରେନ : ବେଆଇନ୍ ଗୋରୁ ବୋଝଇ ଟ୍ରକକୁ ଅଟକାଇଲେ ଗ୍ରାମବାସୀ । ଗାଡିରୁ ସବୁ ଗୋରୁକୁ ବାହାର କଲେ ଗାଁ ଲୋକେ । ୨୨୦ ନମ୍ବର ଜାତୀୟ ରାଜପଥ ଯଶୀପୁର ଥାନା ଅଧୀନ ମାହାର୍ଦ୍ଦାପଳସା ଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ଯାଇଥିଲା ଗୋରୁ ବୋଝେଇ ଟ୍ରକ । ମରାମତି କରାଯିବା ସମୟରେ ଅଟକାଇଲେ ଗାଁ ଲୋକେ । ୨୨୦ ନମ୍ୱର୍ ଜାତୀୟ ରାଜ ପଥରେ ପ୍ରଶାସନକୁ ଚକମା ଦେଖାଇ ଦିନ ଦିପୋହରରେ ରାଜ୍ୟ ବାହାର କୁ ଚାଲାଣ ହେଉଛି । ଆଜି ଚାଲାଣ ହେଉଥିବା ସମୟ ରେ ଗାଡି ଖରାପ ହେବାରୁ ସଜାଡି ବା ସମୟ ରେ ଗ୍ରାମ ବାସୀ ଜାଣି ପାରି ଥିଲେ। ଗ୍ରାମ ବାସୀ ଆସି ସମସ୍ତ ଗୋରୁ କୁ ଗାଡି ରୁ ବାହାର କରି ଯଶୀପୁର ଥାନାକୁ ଖବର ଦେଇ ଥିଲେ। ଖବର ପାଇ ଘଟଣା ସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି।