ଦୀପାବଳୀ ଅମାବାସ୍ୟାରେ କାଉଁରିଆ କାଠିର ମହତ୍ତ୍ୱ

ଆଗକୁ ଆଲୋକର ପର୍ବ ଦିପାବଳୀ ।ଏହି ଦିନ ଓଡ଼ିଆଙ୍କ ଚିରାଚରିତ ପର୍ବ ଭାବେ ଗାଁ ଗଣ୍ଡାରୁ ପିଠା ପଣା କରି ବଡ଼ ବଡୁଆଙ୍କୁ ତୁଳସୀ ଚଉରା ନିକଟରେ କାଉଁରିଆ କାଠି ଜଳାଇ ବଡବଡୁଆଙ୍କୁ ପୂଜା କରିଥାନ୍ତି। ସପରିବାର ,ବନ୍ଧୁ ବାନ୍ଧବ,ସାହି ପଡିଶାଙ୍କୁ  ଏକ ସଙ୍ଗରେ ମିଶି କାଉଁରିଆ କାଠିକୁ ଜଳାଇ ବଡ଼ ବଡୁଆ ହୋ ଗଙ୍ଗା ଗୟା କାଶୀ ମଥୁରା ଯାଇ ବାଇଶି ପାହାଚ ରେ ରହି ଆମକୁ ଅମୃତ ଦୃଷ୍ଟିରେ ଚାହିଁ ଥ  ହେ, ଅନ୍ଧାରରେ ଆସି ଉଜ୍ଜ୍ୱଳରେ ଯାଅ ହେ କହିଥାନ୍ତି।କିନ୍ତୁ ଦୀପାବଳି ପୂର୍ବରୁ ଗାଁ ହାଟରେ ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ ଆଉ କାଉଁରିଆ କାଠ ମିଳୁନାହିଁ ।

କାରଣ ଆଉ ନଳିତା ଚାଷ ପୂର୍ବ ଭଳି ଗାଁରେ ଚାଷୀ କରୁନାହାନ୍ତି । ସମସ୍ତେ ଧାନ ଓ ପରିବା ଚାଷ କରୁଛନ୍ତି।ଯେଉଁଥି ପାଇଁ ଚଳିତ ଦୀପାବଳିରେ ଗାଁ ଗଣ୍ଡାରେ ବଡ଼ ବଡ଼ୁଆଙ୍କୁ ଡ଼ାକିବା ପାଇଁ କାଉଁରିଆ କାଠି ବା ନଳିତା କାଠି ମିଳୁନାହିଁ । 4 ଟି କାଠି ବିଶିଷ୍ଟ ଗୋଟିଏ ବିଡ଼ାକୁ 10 ରୁ 15 ଟଙ୍କାରେ ବିକ୍ରି ହେଉଛି ।ନଳିତା ଚାଷର ପ୍ରସାର ପାଇଁ ବ୍ୟାପକ ଭିତ୍ତିଭୁମି ଥିଲେ ମଧ୍ୟ ସରକାରଙ୍କ ତୃଟିପୁର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଏହି ଚାଷର ବିକାଶ ଆଶାନୁରୂପ ହୋଇପାରୁନାହିଁ ।ନଦୀ ଉପକୂଳବର୍ତ୍ତୀ ଉପରୋକ୍ତ ଅଞ୍ଚଳରେ ପୂର୍ବରୁ ଚାଷୀ ମାନେ ନଳିତା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ଚାଷୀ ମାନେ ଧାନ ଓ ପନିପରିବା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

ଚାଷୀ ମାନଙ୍କ ସମସ୍ୟାକୁ ଦୁର କରିବା ପାଇଁ କୃଷି ବିଭାଗ ନାରାଜ । ନଳିତା ଚାଷ ସମୟରେ ଚାଷୀ ମାନଙ୍କୁ ଉପଯୁକ୍ତ ବିହନ, ବୈଷୟିକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉନଥିବା ନେଇ ଚାଷୀ ମାନଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି । ନଳିତା ଚାଷୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଗଲେ ପୂର୍ବପରି ନଳିତା ଚାଷର ଆଦର ରହିବ ବୋଲି ବୁଦ୍ଧୀଜିବି ମହଲରେ ମତ ପ୍ରକାଶ ପାଇଛି ।