ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଝଲସୁଛି ପୁରୀ ଶ୍ରୀକ୍ଷେତ୍ର

ପୁରୀ:ଉତ୍ସବମୁଖର ଶ୍ରୀକ୍ଷେତ୍ର । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଲାଗି ଝଲସୁଛି ପୁରୀ ଶ୍ରୀକ୍ଷେତ୍ର । ବଡ ଦାଣ୍ଡରୁ ଶ୍ରୀମନ୍ତିର ସବୁଠି ଚାକଚକ୍ୟ ସାଜସଜ୍ଜା । ଶ୍ରୀ କ୍ଷେତ୍ରରେ ଯୁଆଡେ ଚାହିଁଲେ ନୂଆ ପରି ଲାଗୁଛି । ସିଂହଦ୍ୱାର ଠାରୁ ମଠ ମନ୍ଦିର ସୁବୁଠି ଆଧ୍ୟାତ୍ମିକ ବାତା ବରଣ । ତା ସହିତ ସୁନ୍ଦର ଆଲୋକ ମାଳାରେ ସଜେଇ ହୋଇଛି ବଡଦାଣ୍ଡ ସହ ପୁରୀର ରାସ୍ତା ଘାଟ ଓ ଗଳିକନ୍ଦି । ଶ୍ରୀମନ୍ଦିରର ମନଲୋଭା ଦୃଶ୍ୟ ଭକ୍ତ ଓ ପର୍ଯ୍ୟଟକଙ୍କୁ ବିମୋହିତ କରୁଛି ।
ସେପଟେ ଆଜି ସକାଳ ସଢେ୭ ଟାରେ ଅଖଣ୍ଡଦୀପ ସ୍ଥାପନ ହୋଇ ସାରିଥିବା ବେଳେ ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ ସୀରିବାର କାର୍ଯ୍ୟକ୍ରମ ରହିଛି । ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ ଓ ମଣ୍ଡଳ ପୂଜନ ହେବ । ପରେ ୧୬ ତାରିଖରେ ସୂର୍ଯ୍ୟପୂଜା , ଧରିତ୍ରୀ ପୂଜା, ଗୋପୂଜା, ଶାଳାପ୍ରବେଶ, ପଞ୍ଚକ୍ରର୍ମ, ମଣ୍ଡଳ ପୂଜା, ପୁଷ୍ପାଞ୍ଜଳି, ଆରତୀ, ହବନ ଓ ସଂକୀର୍ତ୍ତନ ହେବା ସହିତ ୧୭ ତାରିଖରେ ସକାଳ ୭ ଟାରୁ ଅରମ୍ଭ ହୋଇଯିବ ପୂଜା ଓ ପ୍ରତିଷ୍ଠା କାର୍ଯ୍ୟ । ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଶୁଭ ମୁହୂର୍ତ୍ତରେ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୧ଟା ୩୦ରୁ ୨ଟା ମଧ୍ୟରେ ଗଜପତି ମହାରାଜା ଯଜ୍ଞ ପୂର୍ଣ୍ଣାହୂତି ଦେବେ । ଅପରାହ୍ନ ୩ଟା ପରେ ପରିକ୍ରମା ମାର୍ଗକୁ ଯାଇପାରିବେ ସାଧାରଣ ଶ୍ରଦ୍ଧାଳୁ । ଏ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।