ଭୁବନେଶ୍ୱର :ନୂଆମନ୍ତ୍ରୀ ମଣ୍ଡଳରେ ବାଦ୍ ପଡିଥିବା ୧୦ମନ୍ତ୍ରୀ ପହଂଚିଛନ୍ତି ନବୀନ ନିବାସରେ । ବିଭିନ୍ନ ପ୍ରସଙ୍ଗକୁ ନେଇ ନବୀନଙ୍କ ସହ ଚାଲିଛି ଆଲୋଚନା । ଗତକାଲି ନୂଆମନ୍ତ୍ରୀ ମଣ୍ଡଳ ଶପଥ ନେଇଥିବା ବେଳେ ସେଥିରୁ ବାଦ୍ ପଡିଥିଲେ ୧୦ ମନ୍ତ୍ରୀ । ତେବେ ବାଦ୍ ପଡିଥିବା ମନ୍ତ୍ରୀ ମାନଙ୍କୁ ନୂଆ ଦାୟିତ୍ୱ ନେଇ ଚର୍ଚ୍ଚା ହେଉଛି । ଗତକାଲି ୨୧ଜଣ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଷିଲାଲ୍ । ଏନେଇ ଆଗକୁ ମନ୍ତ୍ରୀମାନଙ୍କୁ କିଛି ସୁଯୋଗ ମିଳିପାରେ ବୋଲି ମଧ୍ୟ ଆଶା କରାଯାଉଛି । ସଙ୍ଗଠନ ଦାୟିତ୍ୱ ବୁଝିବା ନେଇ ବାଦ୍ ପଡିଥିବା ମନ୍ତ୍ରୀମାନେ ଦାୟିତ୍ୱ ଗ୍ରହଣ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।