ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ , ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୬୪କଳା

ପୁରୀ : ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ। ଭିତର ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୬୪କଳା। ଆନନ୍ଦବଜାରରେ ହେବ କଳେବର। ଏଣୁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନିର୍ମାଣ ପ୍ରକ୍ରୀୟା। ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଭିକସନ ଆରମ୍ଭ ହୋଇଛି। ଗୁଣ୍ଡିଚା ମନ୍ଦିର ଚତୁର୍ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ନାକଚଣା ଦ୍ୱାର ନିକଟ ବରଗଛକୁ ହୋଇଥିବା ପିଣ୍ଡିକୁ ମଧ୍ୟ ଜେସିପି ସାହାଯ୍ୟରେ ହଟାଇ ଦିଆଯାଇଛି। ଏଥିସହିତ ମନ୍ଦିର ପରିସରକୁ ଲାଗି ରହିଥିବା ସମସ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି।