କପିଳାସ ନିକଟରେ ହୋଇଥିବା ଦୁର୍ଘଟଣାରେ ଜଣେ ମୃତ

ଢେଙ୍କାନାଳ ଗଂଦିଆ ଥାନା ଅନ୍ତର୍ଗତ କପିଳାସ ହରିପୁର ରାସ୍ତାରେ ବସ୍ କାର ମୁହାଁମୁହିଁ ଧକ୍କା ଘଟଣା। ଦୁର୍ଘଟଣାରେ କାର୍ ଚାଳକ ମୃତ। ମୃତକ ହେଲେ ଭୁବନ ବନ୍ଦାଳ ସାହିର  ରଞ୍ଜିତ ମଲ୍ଲିକ। ତିନି ଗୁରୁତର ଆହତ ହେଲେ ରାଜୁ ମଲ୍ଲିକ, ଶିଖର ମଲ୍ଲିକ ଓ ସନ୍ତୋଷ ସାହୁ। ସମସ୍ତେ ଗୋଟିଏ ସାହିର।କାର୍ ଯୋଗେ କଟକ ମେଡ଼ିକାଲକୁ ଯିବା ସମୟରେ ଦୁର୍ଘଟଣା ଘଟିଥିଲା। କାର୍ ରେ ମୋଟ ଛଅ ଜଣ ଥିଲେ।