ସ୍ତ୍ରୀକୁ ପୋଖରୀରେ ବୁଡାଇ ମାରିଲା ସ୍ୱାମୀ

ଢେଙ୍କାନାଳ :  ଢେଙ୍କାନାଳ କଲଦା ପଞ୍ଜାୟତ ରାମଚନ୍ଦ୍ର ପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେହି ଗାଁର ଦିଲ୍ଲୀପ ବେହେରା ନିଜ ରୋଗୀଣା ପତ୍ନୀ ଲକ୍ଷ୍ମୀ ବେହେରାକୁ ପୋଖରୀରେ ବୁଡାଇ ମାରିଦେଇଛନ୍ତି । ପକ୍ଷାଘାତରେ ଲକ୍ଷ୍ମୀ ପୀଡିତ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି ।

ସୂଚନାନୁଯାୟୀ କିଛି ଦିନ ହେବ ଲକ୍ଷ୍ମୀ ପକ୍ଷାଘାତରେ ପୀଡିତ ଥିଲେ । ଆଜି ପୁଅକୁ ଟଙ୍କା ଦେଇ ଦୀଲ୍ଲିପ ଦୋକାନକୁ ଖାଇବା ଆଣିବାକୁ ପଠାଇଥିଲେ ଏବଂ ଲକ୍ଷ୍ମୀଙ୍କୁ ଗାଧୋଇ ଦେବାକୁ ପୋଖରୀକୁ ନେଇ ଯାଇଥିଲେ । ସେଠାରେ ଦୀଲ୍ଲିପ ତାଙ୍କୁ ପାଣିରେ ବୁଡାଇ ହତ୍ୟା କରିଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ ଏବଂ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଦୀଲ୍ଲିପ ଫେରାର ହୋଇଯାଇଛନ୍ତି ।