ମହମ୍ମଦ ମୋକିମଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ: ବାରବାଟୀ କଟକ ବିଧାୟକ ମହମ୍ମଦ ମେକିମଙ୍କୁ ଲାଗିଲା ବଡ ଝଟକା । ମହମ୍ମଦ ମୋକିମଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ନିମ୍ନ ଅଦାଲତଙ୍କ ରାୟକୁ କାଏମ୍ ରଖିଲେ ହାଇକୋର୍ଟ । ଉଜଐଊଉ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ ଦଣ୍ଡିତ ହୋଇଛନ୍ତି । ଏନେଇ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି ଭିଜିଲାନ୍ସ କୋର୍ଟ । ସେ ଉକ୍ତ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ତେବେ ମହମ୍ମଦ ମୋକିମଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି ।
ସୂଚନା ଅନୁଯାୟୀ , ଉଜଐଊଉ ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୨୦୨୨ଆକ୍ଟୋବର ମାସରେ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଦେଇଥିଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ମହମ୍ମଦ ମୋକିମ । ପୂର୍ବରୁ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମଙ୍କୁ ଜାମିନ ପ୍ରଦାନ କରିଥିଲେ ।