୨୬ ନମ୍ବର ଜାତୀୟ ରାଜପଥରେ ସରକାରୀ ବସ ଦୁର୍ଘଟଣା , ୨ଗୁରୁତର ୧୦ ଆହତ

ବରଗଡ଼ : ଟାୟାର ଫାଟି ଦୁର୍ଘଟଣାଣ ଗସ୍ତ ସରକାରୀ ବସ । ବରଗଡରୁ ନବରଙ୍ଗପୁର ରାସ୍ତାରେ ଏହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଆହତ ସମସ୍ତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଗୁରୁତର ଆହତ ହୋଇଥିବା ୨ଜଣଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ଅବସ୍ଥା ଠିକ୍ ଥିବା ସୂଚନା ଦେଇଛନ୍ତି ଡାକ୍ତର ।