ଶରଧାବାଲି ଅଭିମୁଖେ ମହାପ୍ରଭୁ

ଲକ୍ଷ ଲକ୍ଷ ଭକ୍ତଙ୍କ ହାତରେ ଦଉଡ଼ି, ଆଗକୁ ବଢ଼ୁଛି ମହାପ୍ରଭୁଙ୍କ ରଥ । ତାଳଧ୍ୱଜ ରଥ ଗଡ଼ିବା ସହ ଭକ୍ତଙ୍କ ଆଖିରେ ଭରିଯାଇଛି ଆନନ୍ଦ ଓ ଆଧ୍ୟାତ୍ମିକ ଉଲ୍ଲାସ । ଗଡ଼ିଲା ତାଳଧ୍ୱଜ ରଥ ଗୁଞ୍ଜରିତ ହେଲା “ଜୟ ଜଗନ୍ନାଥ” ଧ୍ୱନି. ଆଉ ଭକ୍ତିର ଅପୂର୍ବ ପରିବେଶରେ ମହାପ୍ରଭୁଙ୍କ ରଥଟଣାର ସାକ୍ଷୀ ହେଲା ବଡ଼ଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତଙ୍କ ହାତରେ ଦଉଡ଼ି, ହୃଦୟରେ ଅପାର ଶ୍ରଦ୍ଧା ଓ ଆଖିରେ ଦିବ୍ୟ ଦର୍ଶନର ଆକାଂକ୍ଷା । ଆଗରେ ବଡ଼ ଭାଇ ବଳଭଦ୍ର ତାଙ୍କ ପଛକୁ ଭଉଣୀ ସୁଭଦ୍ରା ଓ ଶେଷରେ ସାନଭାଇ କାଳିଆ ଅଟକି ରହିଛନ୍ତି ବଡ ଦାଣ୍ଡରେ ।

ବଡ଼ଦାଣ୍ଡରେ ଅଟକିଛି ତିନି ରଥ । ନନ୍ଦିଘୋଷ, ତାଳଧ୍ୱଜ ଆଉ ଦେବଦଳନ ରଥ ଉପରେ ବିରାଜମାନ କରିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ, ବଳଭଦ୍ର ଆଉ ଦେବୀ ସୁଭଦ୍ରା । ଗତକାଲି ଯେଉଁଠି ରଥ ଅଟକିଛି, ଆଜି ସେଇଠୁ ପୁଣି ଆରମ୍ଭ ହେବ ରଥଟଣା । ଆଜି ସକାଳ ସାଢ଼େ ୯ଟାରୁ ପୁଣି ରଥଟଣା ହେବାକୁ ଥିବା ବେଳେ ସନ୍ଧ୍ୟା ସୁଦ୍ଧା ତିନି ରଥ ଶରଧା ବାଲିରେ ପହଞ୍ଚିବା ଲକ୍ଷ୍ୟ ରହିଛି । ଏହା ପରେ ଶନିବାର ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପ ବିଜେ ଅନୁଷ୍ଠିତ ହେବ । ଗତକାଲି ଦିନସାରା ପ୍ରଭୁଙ୍କ କୃପା ବର୍ଷା ଭଳି ଶ୍ରାବଣର ଝିପିଝିପି ବର୍ଷା ଲାଗି ରହିଥିଲା ।