ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର (ଟୁକୁନା ଖୁରା ) :- ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ। ଗତକାଲି ରାତିରୁ ଯୁବକ ଜଣଙ୍କ କୁଆଡେ ଚାଲିଯାଇଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ଆଜି ସକାଳେ ମହୁଲ ଗଛରୁ ମିଳିଛି ଯୁବକଙ୍କ ଝୁଲନ୍ତା ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖାବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଭରମାଝୀଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ । ଯୁବକ ଜଣକ ହେଲେ ଚିତ୍ରକୋଟ ଗ୍ରାମର ବାବୁଲି ମାଝୀ ବୟସ ୩୦ ବୋଲି ଜଣାପଡିଛି। ଗତ କାଲି ରାତି ପ୍ରାୟ ୭ ଘଣ୍ଟା ସମୟରେ ଯୁବକ ଜଣକ ଘରୁ ବାହାରି କେଉଁ ଆଡ଼େ ଚାଲି ଯାଇଥିଲେ । ଯୁବକ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରିଥିଲେ କିନ୍ତୁ ପାଇନଥିଲେ। ଆଜି ସକାଳୁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଜଙ୍ଗଲ ମଧ୍ୟରେ ଥିବା ଏକ ମହୁଲ ଗଛରୁ ଏକ ଯୁବକର ଝୁଲନ୍ତା ମୃତ ଦେହ ଝୁଲୁଥିବା ଦେଖି ପୁଲିସ କୁ ଖବର ଦେଇଥିଲେ।ଏନେଇ ମୃତଙ୍କ ଭାଇ ପାତ୍ରପୁଟ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ, ଏସ ଆଇ ଦୀପକ କୁମାର ଲେଙ୍କା, ଏଏସ ଆଇ ପ୍ରକାଶ ଚନ୍ଦ୍ର ପାତ୍ର ପହଞ୍ଚି ଅପମୃତ ମାମଲା ରୁଜ୍ଜୁ କରିବା ସହିତ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିଲେ ତାହା ଅସ୍ପଷ୍ଟ ଥିବା ବେଳେ ତାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।