ସରିଲା ଶସ୍ତା ଯୁଗ… ଆଉ ଶସ୍ତାରେ ମିଳିବ ନାହିଁ ଡାଟା.. ବଢିବ ଡାଟା କଲିଂ ପ୍ଲାନର ଦର…

(ସଂଜୁକ୍ତା): ବିଗତ ୨ ବର୍ଷ ହେଲା ଟେଲିକମ ଜଗତରେ ଏକ ପ୍ରକାରର ତାରିଫ ପ୍ରତିଯୋଗୀତା ଲାଗିରହିଥିଲା.. ଯାହା କି ଏବେ ଶେଷ ହେବା ପରିସ୍ଥିତିରେ ପହଞ୍ଚିଛି.. ଏହି ତାରିଫ ଯୁଦ୍ଧ ଅବସରରେ ସମସ୍ତେ ଟେଲିକମ କମ୍ପାନୀଗୁଡିକ ଗୋଟିଏ ପରେ ଗୋଟିଏ ଅଫର୍ସ ଲଞ୍ଚ କରିଛନ୍ତି । ହେଲେ ଗତ କିଛିମାସ ହେଲା ଏଥିପାଇଁ କମ୍ପାନୀଗୁଡିକୁ ବହୁତ କ୍ଷତି ସହିବାକୁ ପପଡୁଛି.. ଯେଉଁଥିପାଇଁ ଗତ କିଛି ଦିନ ହେଲା କୌଣସି କମ୍ପାନୀ ସେଭଳି କୌଣସି ଶସ୍ତା ପ୍ଲାନ କିମ୍ବା ଅଫରମାନ ଲଞ୍ଚ କରିବା ବନ୍ଦ କରିଦେଇଛନ୍ତି । ଯାହାକି ସୂଚାଇଦେଉଛି ଏଥିପାଇଁ ଡାଟା ପ୍ଲାନ ଏବଂ ତାରିଫ ପ୍ଲାନର ଦାମ ବୃଦ୍ଧି ପାଇପାରେ… ଏକ୍ସପଟମାନଙ୍କ କହିବାମୁତାବକ ଆଗାମୀ ୨ ମାସ ଭିତରେ ତାରିଫ ପ୍ଲାନର ଦାମ ବୃଦ୍ଧି ପାଇବ.. କାହିଁକି ନା ଜିଓ କାରଣର ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେ କହିଛନ୍ତି । ରିଲାଏନ୍ସ ଜିଓ ସେପ୍ଟେମ୍ବର ୨୦୧୬ ରୁ ଟେଲିକମ ବଜାରରେ ପାଦ ଥାପିବା ସହିତ ଜିଓ ଶସ୍ତା ଓ ମାଗଣା ପ୍ଲାନ କାରଣରୁ ଅନ୍ୟକମ୍ପାନୀମାନଙ୍କୁ କ୍ଷତି ସହିବାକୁ ପଡୁଛି… ଯଦିଓ ଏ ପଯ୍ ର୍୍ୟନ୍ତ ଜିଓ,ଭୋଡାଫେନ,ଆଇଡିଆ,କିମ୍ବା ର କୌଣସି କମ୍ପାନୀ ଏ ପ୍ରସଙ୍ଗରେ କୌଣସି ବୟାନ ମିଳିପାରିନାହିଁ, ତଥାପି ଏଭଳି ପରିସ୍ଥିତିକୁ ନଜରରେ ରଖି ଟେଲିକମ କମ୍ପାନୀ ଗୁଡିକ ନିଜ ମାସିକ ପ୍ଲାନର ଦାମକୁ ବଢାଇ ଦେଇପାରନ୍ତି ।