(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ନିରବତା ପାଇଁ ଜଣାଶୁଣା ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହ ମୋଦୀ ସରକାରକୁ ସମାଲୋଚନା କରିଛନ୍ତି । ୟୁପିଏ ସମୟରେ ମଧ୍ୟ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲେ ମଧ୍ୟ ଭୋଟ ପାଇଁ ଏହାର ବ୍ୟବହାର କରାଯାଇ ନ ଥିଲା ବୋଲି ସିଂହ କହିଛନ୍ତି । ସେ ଆହୁରି କହିଛନ୍ତି, ମୋଦୀ ସରକାର ନିଜର ଆର୍ଥକ ବିଫଳତାକୁ ଲୁଚାଇବା ଲାଗି ସୈନ୍ୟ ବଳର ଶୌର୍ୟ୍ୟର ସହାୟତା ନେଉଛନ୍ତି। ଏହା ଲଜ୍ଜାକର ଓ ଅସ୍ୱୀକାର୍ୟ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା,ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ ବିଜେପି ନେତାଙ୍କର ମୁମ୍ବାଇରେ ସଂଗଠିତ ୨୬/୧୧ ଆକ୍ରମଣ ପ୍ରସଙ୍ଗ ଉପରେ ସିଂହ ଏହା କହିଛନ୍ତି । ।
ମୁମ୍ବାଇ ଆକ୍ରମଣର ମାତ୍ର ୧୪ ଦିନ ପରେ ଲସ୍କର ପ୍ରମୁଖ ହାଫିଜ୍ ସଇଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଚୀନ ସହମତ ହୋଇଥିଲା କିନ୍ତୁ ଏହାକୁ ନେଇ ତାଙ୍କ ସରକାର ଡିଣ୍ଡିମ ପିଟୁ ନ ଥିବା ସିଂହ କହିଛନ୍ତି ।