ନୂଆ ଘର ପାଇଁ ଚର୍ଚ୍ଚାରେ ସନ୍ନି

ବ୍ୟୁରୋ : ଗତ ବର୍ଷ ଶେଷ ବେଳକୁ ସନ୍ନି ଲିଓନ ଏବଂ ତାଙ୍କ ପତ୍ନୀ ମୁମ୍ବାଇରେ କିଣିଥିଲେ । ଏହା ପରେ ଉଭୟ ସନ୍ନି ଓ ଡାନିଏଲ କହିଥିଲେ ଆମେ ଆମ ପିଲାଙ୍କୁ ଭଲ ସ୍ଥାନ ରହିବାକୁ ଓ ଭଲ ଶିକ୍ଷା ଦେବାକୁ ଚାହୁଁ । ସନ୍ନି ତିନି ମହଲା ବିଶିଷ୍ଟ ଘରକୁ ୧୬ କୋଟି ଟଙ୍କା ବିନିମୟରେ କିଣିଛନ୍ତି । ଏହି ଘରଟି ବେଶ ସୁନ୍ଦର ଓ ଆକର୍ଷଣୀୟ । କିନ୍ତୁ ସନ୍ନି କହିଛନ୍ତି ଏହି ଘରକୁ ନେଇ ଏବେ ତାଙ୍କୁ ବହୁତ କଥା ଶୁଣିବାକୁ ପଡୁଛି ।

ସୂଚନାନୁଯାୟୀ ସନ୍ନି କହିଛନ୍ତି ଅନ୍ୟମାନଙ୍କ ଜିନିଷ ଉପରେ ଆଖି ପକାଇବା ହେଉଛି ଗଣମାଧ୍ୟମର କାମ । ସେ ଅହୁରି ମଧ୍ୟ କହିଛନ୍ତି କିଏ କେତେ ଟଙ୍କା ଖର୍ଚ୍ଚ କରିଛି ସେ ବାବଦରେ ଯାଞ୍ଚ କରିବା ଦିଗରେ ମିଡିଆର ବେଶ ରୁଚି ରହିଛି । ଲୋକଙ୍କୁ ହଇରାଣରେ ପକାଇବା ମିଡିଆର ଏକ ବଡ କାମ ।

ଭାରତ ହେଉଛି ଆମର ପ୍ରାଥମିକ ଘର ଏଠାରେ ଆମର ସବୁଠାରୁ ଅଧିକ ସମୟ ବିତି ଥାଏ । ମୋର ତିନୋଟି ପିଲା ମୁଁ ଏବଂ ମୋ ସ୍ୱାମୀ ଚିନ୍ତା କଲୁ ପିଲାଙ୍କୁ ଏମିତି ଏକ ସ୍ଥାନରେ ରଖିବୁ ଯାହା ତାଙ୍କୁ ମଧ୍ୟ ଭଲ ଲାଗିବ । କିନ୍ତୁ ଏହାକୁ ନେଇ ଏତେ କଥା ଶୁଣିବି ତାହା ମୁଁ ଜାଣି ନଥିଲି । ବର୍ତ୍ତମାନ ମୁଁ କେବଳ ମୋ ସ୍ୱପ୍ନକୁ ସାକାର କରିବି । ଏବଂ ନିଜ ଜିନିଷ ଉପରେ ଧ୍ୟାନ ଦେବି । ଅନ୍ୟ କାହା କଥା ମୋ ଉପରେ କୋଣସି ଫରକ ପକାଇ ପାରୁ ନାହିଁ । ସୂଚାନଥାଉ କି ବର୍ତ୍ତମାନ ସନ୍ନି ସାଉଥର ବିଭିନ୍ନ ପ୍ରୋଜେକ୍ଟ କାମରେ ବ୍ୟସ୍ଥ ଅଛନ୍ତି ।