ଅକ୍ସିଜେନ୍ ଅଭାବରୁ କାହାର ମୃତ୍ୟୁ ହୋଇନଥିବା ଘଟଣା : ସ୍ୱର ମିଶାଇଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର

କରୋନା ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ୍ ଅଭାବରୁ କାହା ଜୀବନ ଯାଇନି। ଗତକାଲି ସଂସଦରେ ଏପରି ବୟାନ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପ୍ରଭୀନ ପାୱାର। ତେବେ ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ୍ ଆବଶ୍ୟକତା ଅଧିକ ପଡ଼ିଥିଲା ବୋଲି ଏକଥା ସ୍ୱୀକାର କରିଥିଲେ କେନ୍ଦ୍ରମନ୍ତ୍ରୀ।

(ଦିଲ୍ଲୀ) : କରୋନା ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ୍ ଅଭାବରୁ କାହା ଜୀବନ ଯାଇନି। ଗତକାଲି ସଂସଦରେ ଏପରି ବୟାନ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପ୍ରଭୀନ ପାୱାର। ତେବେ ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ୍ ଆବଶ୍ୟକତା ଅଧିକ ପଡ଼ିଥିଲା ବୋଲି ଏକଥା ସ୍ୱୀକାର କରିଥିଲେ କେନ୍ଦ୍ରମନ୍ତ୍ରୀ। ଆଉ ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱରରେ ସ୍ୱର ମିଳାଇ ରାଜ୍ୟମାନେ ମଧ୍ୟ ସମାନ କଥା କହିଛନ୍ତି। ଏମିତିକ ବିରୋଧୀ ଦଳ ଶାସିତ ରାଜ୍ୟବି ଅକ୍ସିଜେନ ଅଭାବରୁ କାହାର ମୃତ୍ୟୁ ହୋଇନାହିଁ ବୋଲି କହିଛି।

ସୂଚନାନୁଯାୟୀ , ସେହିପରି ବିହାର, ତାମିଲନାଡୁ, ମଧ୍ୟପ୍ରଦେଶ, ଗୋଆ, ଛତିଶଗଡ଼ ଆଦି ରାଜ୍ୟରେ ବି ଅକ୍ସିଜେନ୍ ଅଭାବରୁ କାହାରି ମୃତ୍ୟୁ ହୋଇନଥିବା ସେମାନଙ୍କର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କିନ୍ତୁ କେନ୍ଦ୍ର ସରକାର ଦାବିକୁ ସମାଲୋଚନା କରିଛନ୍ତି। କେବଳ ଦୀଲ୍ଲୀରେ ଅକ୍ସିଜେନ୍ ଅଭବାରୁ ୨୧ ଜଣଙ୍କ ଜୀବନ ଯାଇଛି ଓ କୋର୍ଟରେ ଆମେ ଅଡିଟ୍ ରିପୋର୍ଟେ ଦେଇଛୁ ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।