ଜାନୁଆରୀ ୧୪ରୁ ଆରମ୍ଭ, ଫେବୃଆରୀ ୭ରେ ଫାଇନାଲ୍

ମହିଳା ପ୍ରିମିୟର ଲିଗ୍ର ପଞ୍ଚମ ସଂସ୍କରଣକୁ ନେଇ ବଢ଼ିଲା କ୍ରିକେଟ୍ ପ୍ରେମୀଙ୍କ ଉତ୍କଣ୍ଠା। WPL ୨୦୨୭ ପାଇଁ ମ୍ୟାଚ୍ ସୂଚୀ ଘୋଷଣା କରିଛି ବିସିସିଆଇ। ଆସନ୍ତା ଜାନୁଆରୀ ୧୪ରୁ ଆରମ୍ଭ ହେବ ଏହି ମହାସମର। ଫେବୃଆରୀ ୭ ତାରିଖରେ ଖେଳାଯିବ ଫାଇନାଲ୍ ମୁକାବିଲା। ପ୍ରାୟ ୨୫ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପାଞ୍ଚଟି ଦଳ ମଧ୍ୟରେ ହେବ ଟାଇଟଲ୍ ଲଢ଼େଇ।

WPL 2027 Auction Highlights: Sophie Molineux Gets Highest Bid As UP Warriorz Pay Rs 1.1 Crore; Smriti Mandhana's RCB Make Late Signings | Cricket News

ଚଳିତ ସଂସ୍କରଣର ସମସ୍ତ ମ୍ୟାଚ୍ ଭଦୋଦରା ଓ ମୁମ୍ବାଇରେ ଖେଳାଯିବ। ଜାନୁଆରୀ ୧୪ରେ ଭଦୋଦରାରେ ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ। ଭଦୋଦରାରେ ଜାନୁଆରୀ ୨୪ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଖେଳାଯିବ ୧୧ଟି ମ୍ୟାଚ୍।

WPL Season 4 likely from January 7 to February 3; Mumbai and Baroda shortlisted

ଏହାପରେ ଜାନୁଆରୀ ୨୬ରୁ ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ। ଫେବୃଆରୀ ୩ ପର୍ଯ୍ୟନ୍ତ ଚାଲିବ ଲିଗ୍ ପର୍ଯ୍ୟାୟର ମୁକାବିଲା। ଏହାପରେ ଫେବୃଆରୀ ୫ରେ ଖେଳାଯିବ ଏଲିମିନେଟର। ପଏଣ୍ଟ ଟେବୁଲର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ହେବ ଏହି ଲଢ଼େଇ। ବିଜୟୀ ଦଳ ଫାଇନାଲ୍ରେ ପ୍ରଥମ ସ୍ଥାନରେ ଥିବା ଦଳକୁ ଭେଟିବ।

WPL 2026 to commence from January 9, Navi Mumbai and Vadodara announced as host venues | Cricket

ଶେଷରେ ଫେବୃଆରୀ ୭ ତାରିଖ ରବିବାର ଦିନ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ଟାଇଟଲ୍ ମୁକାବିଲା। ଆଉ ଏହି ମ୍ୟାଚ୍ରୁ ମିଳିବ WPL ୨୦୨୭ର ନୂଆ ଚାମ୍ପିଅନ୍। ବିସିସିଆଇର ସୂଚନା ଅନୁସାରେ, ଟୁର୍ଣ୍ଣାମେଣ୍ଟର ସମସ୍ତ ୨୨ଟି ମ୍ୟାଚ୍ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ।

WPL 2027 Schedule: Vadodara & Mumbai to Host Womens Premier League