ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ବାଲି ଓ ଚିପ୍ସ ଚୋରା ଚାଲାଣ ବେଳେ ପୁଲିସର କାବୁ। ଏଭଳି ଘଟଣା ଘଟିଛି ରାଇରଙ୍ଗପୁର ଅଞ୍ଚରେ । ଘଟଣାରେ ତିନୋଟି ହାଇୱା ଜବତ କରିବା ସହିତ ତିନିଜଣ ଡ୍ରାଇଭର ଓ ଜଣେ ମାଲିକ କୁ ଗିରଫ କରିଛି ରାଇରଙ୍ଗପୁର ଗ୍ରାମଞ୍ଚଳ ପୁଲିସ। ରାଇରଙ୍ଗପୁର ଅଞ୍ଚଳରେ ଲିଜ ନଥାଇ ବିଭିନ୍ନ ବାଲିଘାଟରୁ ବାଲି ଉତ୍ତୋଳନ କରି ପଡୋଶୀ ରାଜ୍ୟ ଝାରଖଣ୍ଡକୁ ବେଧଡକ ବାଲି ଓ ଚିପ୍ସ ଚାଲାଣ ହୋଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ହେଲେ ରାଜସ୍ୱ ବିଭାଗ ନିରବ ଦ୍ରଷ୍ଟା ସାଜିଥିବାବେଳେ ଗତକାଲି ବିଳମ୍ବିତ ରାତ୍ରିରେ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ପୁଲିସ ସୂଚନା ପାଇ ଦୁଇଟି ଚିପ୍ସ ବୋଝେଇ ହାଇୱା ଗାଡ଼ି ଏବଂ ବାଲି ବୋଝେଇ ହାଇୱା ଗାଡ଼ି ଜବତ କରିଛି । ଏହି ଘଟଣାରେ ତିନିଜଣ ଡ୍ରାଇଭର ଓ ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଗାଡି ମାଲିକ ଝାରଖଣ୍ଡ ର ହଳଦୀ ପୋଖରୀ ଅଞ୍ଚଳ ର ବୋଲି ଜଣାପଡିଛି।