ବାଦାମ ପାହାଡ଼ ରେଳ ଷ୍ଟେସନ ନିକଟରୁ ଜବରଦଖଲ ଉଚ୍ଛେଦ; ଥଇଥାନ ପାଇଁ ନିବେଦନ କଲେ ଦୋକାନୀ ଓ ବସ୍ତି ବାସିନ୍ଦା

ରାଇରଙ୍ଗପୁର /ସତ୍ୟନାରାୟଣ ପାଲ: ମୟୁରଭଞ୍ଜ ଜିଲ୍ଲା,କୁସୁମୀ ବ୍ଲକ ବାଦାମ ପାହାଡ଼ ରେଳ ଷ୍ଟେସନ ଉନ୍ନତି କରଣ ନିମନ୍ତେ ଜବରଦଖଲ ଉଚ୍ଛେଦ କରାଯାଉଛି। ସ୍ଥାନୀୟ ଦୋକାନୀଙ୍କୁ ଥଇଥାନ ନେଇ ସରକାରଙ୍କୁ ନିବେଦନ କରିଛନ୍ତି ଦୋକାନୀ ଓ ବସ୍ତି ବାସିନ୍ଦା।ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବାଦାମ ପାହାଡ଼ ରେଳ ଷ୍ଟେସନ ର ଉନ୍ନତି କରଣ ନିମନ୍ତେ ଜବରଦଖଲ ଉଚ୍ଛେଦ ପ୍ରକିୟା ହୋଇଯାଇଛି। କେନ୍ଦ୍ର ସରକାର ଙ୍କ ଅନୁମୋଦନ କ୍ରମେ ରାଇରଙ୍ଗପୁର ଏବଂ ବାଦାମ ପାହାଡ ରେଳ ଷ୍ଟେସନ କୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି। ଏଣୁ ବାଦାମ ପାହାଡ଼ ଷ୍ଟେସନ ର ଉନ୍ନତି କରଣ ନିମନ୍ତେ ରେଳ ଜମି ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ କରାଯାଉଛି।
ଏଥିରେ ୫୦ରୁ ଉର୍ଦ୍ଧ୍ବ ଦୋକାନୀ ଏବଂ ଉଠା ଦୋକାନୀ ଏବଂ ୧୦୦ରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦା ଙ୍କ ବାସଗୃହ ଉଛେଦ କରାଯାଇଛି । ପ୍ରକାଶ ମୁତାବକ ବାଦାମ ପାହାଡ଼ ରେଳ ଷ୍ଟେସନ ଉନ୍ନତି କରଣ ନିମନ୍ତେ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ଏବଂ ୩ ଟି ନୂତନ ଟ୍ରେନ ବାଦାମ ପାହାଡ଼ ରୁ ରାଉରକେଲା, ବାଦାମ ପାହାଡ଼ ରୁ ସାଲିମାର ଏବଂ ବାଦାମ ପାହାଡ ଟାଟା ନଗର ନୂତନ ଟ୍ରେନ ଚାଲିବା ନେଇ ସୂଚନା ମିଳିଛି। ଏଣୁ ଏହା ପୂର୍ବରୁ ନଭେମ୍ବର ୪ ତାରିଖ ଜି ଏମ୍ ଅନିଲ କୁମାର ମିଶ୍ର, ଡି ଆର୍ ଏମ୍ ଜେ ରାଠୋର, ଏବଂ ରେଳ ବିଭାଗ ର ଅନେକ ବରିଷ୍ଠ ଅଧିକାରୀ ତଦାରଖ ପାଇଁ ଆସିବା ସହ ଯୁଦ୍ଧ କାଳୀନ ଭିତ୍ତିରେ ଉନ୍ନତି କରଣ ପ୍ରକିୟା ଯାରି ରହିଛି। ଏହା ସହିତ ଉକ୍ତ ବସ୍ତି ବାସିନ୍ଦା ଓ ଦୋକାନୀ ମାନଙ୍କୁ ବହୁ ପୂର୍ବରୁ ରେଳ ବିଭାଗ ତରଫରୁ ନୋଟିସ ଦିଆଯାଇଥିଲା। ଏହା ପରେ ପୁଣି ରେଳ ବିଭାଗ ତରଫରୁ ଦଶ ଦିନ ପୂର୍ବରୁ ସ୍ଥାନୀୟ ଦୋକାନୀ ମାନଙ୍କୁ ଉଛେଦ ନେଇ ପୁଣି ନୋଟିସ ଦେଇଥିଲେ। ଏଣୁ ଜବରଦଖଲ ଉଚ୍ଛେଦ କାର୍ୟ୍ୟ ଚାଲିଛି। ସ୍ଥାନୀୟ ଦୋକାନୀ ତଥା ସ୍ଥାନୀୟ ବାସିନ୍ଦା ରେଳ ବିଭାଗ ର ଜବରଦଖଲକୁ ସ୍ବାଗତ କରିଛନ୍ତି। କିନ୍ତୁ ଦୋକାନୀ ମାନଙ୍କୁ ଥଇଥାନ କରି ଜବରଦଖଲ ଉଚ୍ଛେଦ କରିଥିଲେ ସେମାନେ ଉପକୃତ ହୋଇ ପାରନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି।
କିନ୍ତୁ ସ୍ଥାନୀୟ ଦୋକାନୀ ଏବଂ ବସ୍ତି ବାସିନ୍ଦା ମାନଙ୍କୁ ଥଇଥାନ କରା ନଯିବା ନେଇ ଦୋକାନୀ ଏବଂ ବସ୍ତି ବାସିନ୍ଦା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଦୋକାନୀ ଏବଂ ବସ୍ତି ବାସିନ୍ଦା ଦିର୍ଘ ୫୦ ବର୍ଷ ଧରି ଏହି ଷ୍ଟେସନ ବଜାର ରେ ବାସସ୍ଥାନ କରିବା ସହିତ ଦୋକାନ କରି ପେଟ ପାଟଣା କରୁଥିଲେ କିନ୍ତୁ ଜବରଦଖଲ ଉଚ୍ଛେଦ ପରେ ତାଙ୍କ ପେଟପାଟଣା ସହିତ ବାସହରା ହୋଇଯାଇଛନ୍ତି। ଏଣୁ ତାଙ୍କର ଥଇଥାନ ନିମନ୍ତେ ସରକାରଙ୍କୁ ନିବେଦନ କରିଛନ୍ତି। ଜବରଦଖଲ ଉଚ୍ଛେଦ ସମୟରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଙ୍କ ସହିତ ପୋଲିସ ଫୋର୍ସ ଏବଂ ରେଲୱେ ପୋଲିସ୍ ଫୋର୍ସ ଙ୍କ ଉପସ୍ଥିତି ରେ ଜବରଦଖଲ ଉଚ୍ଛେଦ କରାଯାଈଛି।