ଏସବିଆଇ: ଖୁବ୍ ଶ୍ରୀଘ ବନ୍ଦ ହେଉଛି ବ୍ୟାଙ୍କର ଏହି ସମସ୍ତ ସେବା

(ରିପୋର୍ଟସ ଟୁଡ଼େ): ସାର୍ବଜନିକ ସ୍ତରରେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆସନ୍ତା ଦୁଇ ମାସ ମଧ୍ୟରେ ତାହାର ୪ଟି ବ୍ୟାଙ୍କି ବ୍ୟବସ୍ଥାକୁ ବନ୍ଦ କରିବାର ନିଷ୍ପତି ନେଇଛି । ବ୍ୟାଙ୍କ ତରଫରୁ କରାଯାଇଥିବା ପୂର୍ବ ଘୋଷଣା ସହ କିଛି ବ୍ୟାଙ୍କର ଡ଼େବିଟ ଏବଂ କ୍ରେଡ଼ିଟ କାର୍ଡ଼ ମଧ୍ୟ ଚଳିତ ବର୍ଷ ଶେଷ ସୁଧା କାମ କରିବ ନାହିଁ । ଏଥିସହ ଅନ୍ ଲାଇନ ବ୍ୟାଙ୍କିରେ ମଧ୍ୟ କିଛି ପରିବିର୍ତିନ କରିବା ସହ ଟଙ୍କା ନେଣଦେଣ ଊପରେ ମଧ୍ୟ କିଛି କଟକଣା ଲଗାଇଛି ଏସବିଆଇ । ତେବେ ଆଜି ଆମେ ବ୍ୟାଙ୍କ ତରଫରୁ ବନ୍ଦ ହେବାକୁଥିବା ସେବା ମାନଙ୍କ ବିଷୟରେ କହିବାକୁ ଯାଉଛୁ।

୩୧ ଅକ୍ଟୋବର ପରେ ଗ୍ରାହକଙ୍କର କ୍ଲାସିକ୍ ଏବଂ ମେଟ୍ରୋ ଏଟିଏମ୍ କମ ଡ଼େବିଟ କାର୍ଡ଼ କାମ କରିବା ବନ୍ଦ ହୋଇଯିବ। ଦୈନିକ ୨୦,୦୦୦ ଟଙ୍କାରୁ ଅଧିକ ବାହାର କରିପାରିବେ ନାହିଁ। ତେବେ ପୂର୍ବରୁ ଦୈନିକ ୪୦,୦୦୦ ଟଙ୍କା ପର୍ୟ୍ୟନ୍ତ ବାହାର କରିବାର ନିୟମ ରହିଥିଲା। ଏହାକୁ ମୂଲ୍ୟକୁ କମ କରିବା ପଛରେ ଡ଼ିଜିଟାଲ ଟ୍ରାଞ୍ଜାକସନକୁ ବଢ଼ାଇବା ରହିଛି। ଯାହା ଫଳରେ ଅନେକ ଗ୍ରାହକଙ୍କ ବ୍ୟକ୍ତିଗତ ଜୀବନ ପ୍ରଭାବିତ ହେବ।

ଏସବିଆଇ ନିଜର ମୋବାଇଲ ୱାଲେଟ ଝଈଓ ଈଙ୍କୟୟଚ୍ଚକୁ ୧ ନଭେମ୍ବରରୁ ବନ୍ଦ କରିବାକୁ ଯାଉଛି। ବ୍ୟାଙ୍କ ଅନୁଯାୟୀ, ଜିରୋ ବାଲାନ୍ସ ଥିବା ଝଈଓ ଈଙ୍କୟୟଚ୍ଚ ଆପକୁ ବନ୍ଦ କରାଯାଇଛି କିନ୍ତୁ ବାଲାନ୍ସ ଥିବା ୱାଲେଟକୁ ବନ୍ଦ କରିବା ପଛରେ କିଛି ସୂଚନା ମିଳିନାହିଁ। ତେବେ ଏହା ଦ୍ବାରା ପ୍ରାୟ ୧୨ ମିଲିୟନ ଗ୍ରାହକ ପ୍ରଭାବିତ ହେବା ନେଇ ସୂଚନା ରହିଛି।

ଏସବିଆଇ ନୋଟିଫିକେସନ୍ ଜାରି କରି ନିଜର ଗ୍ରାହକଙ୍କୁ ସୂଚନା ଦେଇଛି କି, ଇଣ୍ଟରନେଟ ସେବାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ନିଜର ମୋବାଇଲ ନମ୍ବର ଆକାଉଣ୍ଟ ସହ .ଯୋଡ଼ିବାକୁ ପଡ଼ିବ। ବ୍ୟାଙ୍କର ସମସ୍ତ ଗ୍ରାହକଙ୍କୁ ଏହି ନିୟମକୁ ଅନୁସରଣ କରିବାକୁ ପଡ଼ିବ। ଯଦି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆପଣ ଆକାଉଣ୍ଟ ଲିଙ୍କ କରୁନାହାନ୍ତି ତେବେ ଆପଣଙ୍କର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ବନ୍ଦ କରାଯିବ।