(ରିପୋର୍ଟସ ଟୁଡେ): ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ନିଜ ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଥିଲା । ଅକ୍ଟୋବାର ୩୧ ଠାରୁ ଏସ୍ବିଆଇ ଗ୍ରାହକମାନେ ଏଟିଏମ୍ରୁ ଦୈନିକ ସର୍ବାଧିକ ୪୦,୦୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା ଉଠାଇ ପାରିବେ ବୋଲି ମାସେ ପୂର୍ବରୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା। ଏହି ନିୟମ ଆସନ୍ତାକାଲିଠାରୁ କାର୍ୟ୍ୟକାରୀ ହେବାକୁ ଯାଉଛି । କାଲିଠାରୁ ଆପଣମାନେ ନିଜ ନିଜ ଆକାଉଣ୍ଟରୁ ଏଟିଏମ୍ ଜରିଆରେ ଆଉ ୪୦,୦୦୦ ଟଙ୍କା କାଢ଼ିପାରିବେ ନାହିଁ । ଏବେ ଦିନକୁ ଆପଣମାନେ ଅତିବେଶିରେ ୨୦ହଜାର ଟଙ୍କା କାଢ଼ିବା ପାଇଁ ସମର୍ଥ । ଅକ୍ଟୋବର ୧ରେ ଏହି ଘୋଷଣା କରାଯାଇଥିବା ବେଳେ ଅସନ୍ତାକାଲିଠାରୁ ଏହା ଲାଗୁ ହେବାକୁ ଯାଉଛି ।