କଟକ: ବାଲିଘାଟ ମାମଲାରେ ହାଇକୋର୍ଟଙ୍କ ଶୁଣାଣି । ସକାଳ ୭ରୁ ରାତି ୯ ଟା ପର୍ଯ୍ୟନ୍ତ ଚାଲି ପାରିବନି ବାଲି ବୋଝେଇ ଗାଡି । ଏହା ବ୍ୟତିତ ମେସିଦ ଦ୍ୱାରା ବାଲି ଖନନ କରି ପାରିବ ନାହିଁ ବୋଲି ହାଇକୋର୍ଟ ମଧ୍ୟ କହିଛନ୍ତି । ଏହାଛଡା ବାଲିଘାଟ ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠା ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଦୂଷଣ ଓ ରାଜସ୍ୱ ହାନି ରୋକିବା ପାଇଁ କଣ ପଦକ୍ଷେପ ନିଆଯାଇଛି ସେ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ନିୟମ ଆସନ୍ତାକାଲିଠାରୁ କଡାକଡି ଭାବେ ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।