ମାଓନେତା ସବ୍ୟସଚି ପଣ୍ଡାଙ୍କୁ ଜେରା କଲା ଇଡି

(ଆଦର୍ଶ ରାଉତ) : ମାଓନେତା ସବ୍ୟସଚି ପଣ୍ଡାଙ୍କୁ ଜେରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ବେଆଇନ ସମ୍ପତି ବାବଦରେ ସବ୍ୟସାଚୀଙ୍କ ସମେତ ଅନ୍ୟ ମାଓ ସାଥିଙ୍କୁ ଇଡି ଜେରା କରିବା ପାଇଁ ଯୋଜନା କରିଛି ।

ସୂଚନାନୁସାରେ, ଆଜି ବ୍ରହ୍ମପୁର ଜେଲରେ ଇଡିର ବରିଷ୍ଠ ଅଧିକାରୀମାନେ ଜେରା କରିଥିଲେ ଏହି ମାଓନେତାଙ୍କ କୋଟିକୋଟି ଟଙ୍କାର ସମ୍ପତି କଳା ସାମ୍ରାଜ୍ୟ ସମ୍ପର୍କରେ ଇଡି ଅନୁସନ୍ଧାନ ଚଳାଇଛି ସବ୍ୟସାଚୀଙ୍କ ବ୍ୟତୀତ ଅନ୍ୟ ମାଓନେତା ମଧ୍ୟ ଇଡି ସ୍କାନରରେ ଥିବା ଜଣାପଡିଛି ତେବେ କୌଣସୀ ମାଓ ଇଡି ଜେରା ହେଉଛି ରାଜ୍ୟରେ ପ୍ରଥମ ଘଟଣା ।