୫୦ ବର୍ଷ ମହିଳା ଙ୍କୁ ଧର୍ଷଣ ଓ ହତ୍ୟା ଅଭିଯୋଗ ରେ ତିନି ଜଣ ଗିରଫ

(ଆଦର୍ଶ ରାଉତ): ୫୦ ବର୍ଷ ବିଧବା ମହିଳା ଙ୍କୁ ଧର୍ଷଣ ପରେ ଜୀବନ ରୁ ମାରିଦେଇଥିବା ଅଭିଯୋଗରେ ତିନି ଜଣ ଗିରଫ ।
ସୁଚନା ଅନୁଯାୟୀ , ମହିଳା ଙ୍କ ନାମ ଫୁଲମଣୀ ସିରିକା । ଗତ ୧୩,୧୦,୨୦୧୮ ରୁ କୁଆଡେ ନିଖୋଜ ଥିଲେ । ୨୦ ତାରିଖରେ ବିଧବା ମହିଳା ଙ୍କ ମୃତ ଦେହ ମିଳିଥିଲା । ତା ନେଇ ପରିବାର ତରଫରୁ ୨୦.୧୦.୨୦୧୮ ରେ ନାରାୟଣ ପାଟଣା ଥାନା ରେ ଅଭିଯୋଗ ହେଇଥିଲା । ପରେ ଏହି ଘଟଣାରେ ମୂଖ୍ୟ ଅଭିଯୁକ୍ତ ଏକ ଗାଡି ଡ୍ରାଇଭର ଙ୍କ ସମେତ ତାର ଦୁଇ ସହଯୋଗି ଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ନାରାୟଣପାଟଣା ଥାନା ପୋଲିସ । ଅପହରଣ ରେ ବ୍ୟବହାର ହୋଇଥିବା ଗାଡିକୁ ମଧ୍ୟ ଜବତ କରିଛି ପୋଲିସ ଅଧିକ ସୁଚନା ପାଇଁ ତଦନ୍ତ ଜାରି ରହିଛି ।