ରାଇରଙ୍ଗପୁର ରଥ ଯାତ୍ରା ପ୍ରସ୍ତୁତି ବୈଠକ

ରାଇରଙ୍ଗପୁର:ଚଳିତ ବର୍ଷ ରାଇରଙ୍ଗପୁର ରଥ ଯାତ୍ରା କାର୍ୟ୍ୟକ୍ରମ କୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ଉପଖଣ୍ଡ ପ୍ରଶାସନ ତତ୍ତ୍ୱକ୍ଷବଧାନ ରେ ରାଇରଙ୍ଗପୁର ଦେବତ୍ତର ବିଭାଗ ପକ୍ଷରୁ ଉପଜିଲ୍ଲାପାଳ ଙ୍କ କାର୍ୟ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ରଥ ଯାତ୍ରା ସମନ୍ୱୟ କମିଟି ର ଏକ ବୈଠକ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ଶ୍ରୀ ଶ୍ରୀ ବଳଭଦ୍ର ଓ ମା ଶୁଭଦ୍ରା ଙ୍କୁଭକ୍ତି ପୁତ ନୈବେଦ୍ୟ ଜଣାଇ ସଭା କାର୍ୟ୍ୟ ଆରମ୍ଭ କରାଯାଇଥିଲା ।

ବୈଠକ ପ୍ରାରମ୍ଭ ରେ ଉପଜିଲ୍ଲାପାଳ ଶ୍ରୀ ଦାଶ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଚଳିତ ବର୍ଷ ରାଇରଙ୍ଗପୁର ରଥ ଯାତ୍ରା ପୂର୍ବ ବର୍ଷ ଭଳି ଠାକୁର ଙ୍କ ନୀତିକାନ୍ତି ଅନୁଯାୟୀ ଯଥା ରୀତି ରେ ଶାନ୍ତି ଶୃଙ୍ଖଳା ର ସହିତ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ରାଇରଙ୍ଗପୁର ଦେବତ୍ତର ବିଭାଗ ତତ୍ୱାବଧାନ ରେ ଚଳିତ ବର୍ଷ ରଥଯାତ୍ରା -୨୦୨୩ ପାଳନ ସମ୍ପର୍କିତ ପ୍ରସ୍ତୁତ କାର୍ୟ୍ୟସୂଚୀ ର ବିଶଦ ବିବରଣୀ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥାପନ କରିଥିଲେ । ବୈଠକ ରେ ସମସ୍ତ ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ, ଦେବତ୍ତର ବିଭାଗ ଓ ସେବାୟତ ଙ୍କ ମଧ୍ୟରେ ସମନ୍ୱୟ ରଖି ସମସ୍ତ କାର୍ୟ୍ୟ ନିର୍ଧାରିତ ସମୟ ରେ ସୁଚାରୁ ରୂପେ ସମ୍ପାଦନ ପୂର୍ବକ ବ୍ୟବସ୍ଥିତ ଢଙ୍ଗରେ ସୁପରିଚାଳନା ପାଇଁ ପରାମର୍ଶ ଦିଆଯାଇଛି । କାର୍ୟ୍ୟସୂଚୀ ଅନୁଯାୟୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ବଳଭଦ୍ର ଓ ମା ଶୁଭଦ୍ରା ଙ୍କ ରଥ ନିର୍ମାଣ କାର୍ୟ୍ୟକୁ ତରାନ୍ୱିତ କରି ନିର୍ଧାରିତ ସମୟ ମଧ୍ୟରେ ଶେଷ କରାଯିବା ଏବଂ ନିୟମିତ ଫିଟନେସ ପ୍ରମାଣ ପତ୍ର ଦେବା ପାଇଁ ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ, ରାଇରଙ୍ଗପୁର ଙ୍କୁ ନିର୍ଦେଶ ଦିଆଯାଇଛି ।

ରାଧାମୋହନ ମନ୍ଦିର,ମାଉସୀମା ବାଡ଼ି ଏବଂ ରଥ ରେ ରଙ୍ଗ ଦେବା ଆଦି ଅକ୍ଷନୁସଙ୍ଗିକ କାର୍ୟ୍ୟକ୍ରମ ନିର୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦିଆଯାଇଛି. ସେହିପରି ରଥ ଟଣା ପାଇଁ ଆବଶ୍ୟକ ପଡୁଥିବା ଦଉଡି ଯୋଗାଇଦେବା ପାଇଁ ଟାଟା ପାୱାର କତୃପକ୍ଷ , ରାସ୍ତା ଓ ଗୃହ ନିର୍ମାଣବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ, ରାଇରଙ୍ଗପୁରଙ୍କୁ ନିର୍ଦେଶ ଦିଆଯାଇଛି । ଠାକୁର ଙ୍କ ପାଇଁ ଲାଗିହେବା ପାଇଁ ଆବଶ୍ୟକ ପଡୁଥିବା ଫୁଲ ଏବଂ ଫୁଲ ମାଳ ଯୋଗାଇ ଦେବା ନିମନ୍ତେ ଉଦ୍ୟାନ କୃଷି ଅଧିକାରୀ, ରାଇରଙ୍ଗପୁର ଙ୍କୁ ନିର୍ଦେଶ ଦିଆଯାଇଛି.ରଥ ଯାତ୍ରା ସମୟରେ ରଥଦକ୍ଷଣ୍ଡ ଏବଂ ସହର ର ବିଭିନ୍ନ ସ୍ଥାନ ରେ ବିଦ୍ୟୁତ ଆଲୋକ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକୀୟ ପୋଲିସ ମୃତୟନ ଓ ଟ୍ରାଫିକ ନିୟନ୍ତ୍ରଣ, ରଥ ଟଣା ସମୟରେ ଏନସିସି, ଏନଏସଏସ, ୟୁଥ ରେଡକ୍ରସ ତଥା ବିଭିନ୍ନ ସ୍ବେଛାସେବୀ ସଂଗଠନ ର ଯୁବ ସ୍ବେଛାସେବୀ ଙ୍କୁ ବିଭିନ୍ନ ସେବାମୂଳକ କାର୍ୟ୍ୟରେ ନିୟୋଜିତ କରାଯିବା, ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଓ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ସହ ହୋଟେଲ, ଅସ୍ଥାୟୀ ଜଳଖିଆ ଦୋକାନ ଗୁଡିକ ରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ର ମାନ, ଗୁଣବତ୍ତା କୁ ସ୍ୱାସ୍ଥ୍ୟ ବିଭାଗ ଓ ରାଇରଙ୍ଗପୁର ପୌରପାଳିକା ଙ୍କ ମିଳିତ ତତ୍ୱାବଧାନ ରେ ନିୟମିତ ଯାଞ୍ଚ ଓ ତଦାରଖ କରାଯିବା,ଆକସ୍ମିକ ଦୁର୍ଘଟଣା /ଅଗ୍ନି କାଣ୍ଡ ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଦ୍ୱାରା ଆବଶ୍ୟକୀୟ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା, ସହର ଓ ବଡଦାଣ୍ଡ ଅଂଚଳ ର ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା, ରଥ ଯାତ୍ରା ସମୟରେ ରଥ ଦାଣ୍ଡ ରେ ଆମିଷ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରି କୁ ସମ୍ପୂର୍ଣ୍ଣ ନିଷେଧ କରାଯିବା, ସମସ୍ତ ମଦ ଦୋକାନ ଗୁଡିକୁ ବନ୍ଦ ରଖାଯିବା ଓ ନିୟମିତ ତଦାରଖ ତଥା ଚଢ଼ାଉ କରାଯିବା ଆଦି ଦିଗ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେଇ ସମସ୍ତ କାର୍ୟ୍ୟ ସୁପରିଚାଳନା କରିବା ପାଇଁ ସମ୍ପୃକ୍ତ ସମସ୍ତ ଅଧିକାରୀ ଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ।

ରଥ ଯାତ୍ରା ସମୟ ରେ ରଥ ଦାଣ୍ଡ ରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ଉପରେ ଧାରା ବିବରଣୀ ଓ ସନ୍ଧ୍ୟା ରେ ରାଜ୍ୟ ତଥା ସ୍ଥାନୀୟ ଅଂଚଳ ର କଳାକାର ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ଆୟୋଜନ ପାଇଁ ନିଷ୍ପତି ନିଆଯାଇଛି । ରଥ ଯାତ୍ରା ଉପଲକ୍ଷେ ବାହାରୁ ଆସୁଥିବା ମିନକ୍ଷବଜାର ପାଇଁ ଏନଓସି ପ୍ରଦାନ କରାଯିବା ରେ ନିୟମ କୁ କଡାକଡ଼ି ପାଳନ କରାଯିବା ସହିତ ଉଠା ଦୋକାନୀ ମାନଙ୍କୁ ଆବଶ୍ୟକିୟ ଜାଗା ସମ୍ପୃକ୍ତ ବିଭାଗ ଅଧିକାରୀ ମାନଙ୍କ ତତ୍ୱାବଧାନ ରେ ଆବଣ୍ଟନ କରାଯିବା ପାଇଁ ପରାମର୍ଶ ଦିଆଯାଇଛି । ଏଥି ସହିତ ଅନ୍ୟାନ୍ୟ ପ୍ରସଙ୍ଗ କ୍ରମେ ରଥ ଦାଣ୍ଡ ର ଉଭୟ ପାର୍ଶ୍ଵ ରେ ଅବରୋଧ କରିଥିବା ଜାଗା ଖାଲି କରାଯିବା ଓ ନାମ ଫଳକ ଗୁଡିକହଟାଇବା ପାଇଁ ନିଷ୍ପତି ନିଆଯାଇଛି ।

ରାଇରଙ୍ଗପୁର ରଥ ଯାତ୍ରା -୨୦୨୩ କାର୍ୟ୍ୟ ନିର୍ଘଣ୍ଟ ଅନୁଯାୟୀ ୨୦ ଜୁନ ରେ ଶ୍ରୀ ଗୁଣ୍ଡିଚା ପହଣ୍ଡି ବିଜେ ଓ ଦୁଇ ଦିନ ରଥ ଟଣା ଯିବ । ସେହିପରି ୨୮ରିଖ ବାହୁଡା଼ ରଥ ଯାତ୍ରା ପହଣ୍ଡି ବିଜେ । ୨୨ ରୁ ୨୭ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମହାପ୍ରଭୁ ମାନଙ୍କ ବେଶ ଦର୍ଶନ ହେବ । ପରମ୍ପରା ଅନୁଯାୟୀ ରଥ ଟଣା କାର୍ୟ୍ୟକ୍ରମ ର ଦ୍ଵିତୀୟ ଦିନ ମହିଳା ମାନେ ଦେବୀ ଶୁଭଦ୍ରା ରଥ ଟଣା ଯିବା ନେଇ ନିଷ୍ପତି ନିଆଯାଇଛି । ଇନର କର୍ଡନ ରେ ଆବଶ୍ୟକ ସଂଖ୍ୟକ ମହିଳା ପୋଲିସ କର୍ମଚାରୀ ନିୟୋଜିତ କରାଯାଇ ସମସ୍ତ କାର୍ୟ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ବିଭାଗୀୟ ଅଧିକାରୀ ତଥା ଦେବତ୍ତର ବିଭାଗ ର ସେବାୟତ ମାନଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି ।