୧୪, ୧୫ ଓ ୧୬ ବର୍ଷାରେ ଭିଜିବ ଓଡିଶା

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା କିନ୍ତୁ ତାହା ହେବ ନାହିଁ ।

(ଭୁବନେଶ୍ୱର) : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟକୁ ନେଇ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା କିନ୍ତୁ ତାହା ହେବ ନାହିଁ । ଏବେ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗି ରହିବ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚାନନାନୁଯାୟୀ , ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗିରହିବ । ୧୪, ୧୫ ଓ ୧୬ ତାରିଖ ଓଡିଶାରେ ବର୍ଷା ଲାଗି ରହିବ । ପ୍ରଥମେ ଉପକୂଳ ଏବଂ ପରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଉପକୂଳ ସହ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ ରହିବ।