ଗୋ-ମାଫିଆଙ୍କ ଘରେ ଚଢାଉ

ସରକାର ଓ ପୋଲିସ ଟାର୍ଗେଟରେ ଗୋ-ମାଫିଆ। ପୁଣି ଦୀର୍ଘ ଦିନର ବ୍ୟବଧାନ ପରେ ଏକ୍ସନ ମୋଡରେ ବାଲେଶ୍ଵର ଜିଲ୍ଲା ପୋଲିସ। ବାଲେଶ୍ଵର ଜିଲ୍ଲା ର ରେମୁଣା, ବସ୍ତା, ଜଳେଶ୍ଵର, ବାଲିଆପାଳ, ସିଂ, କମର୍ଦ୍ଦା ଥାନା ଅଞ୍ଚଳରେ ଥିବା  ଗୋ ମାଫିଆ , ଗୋ-ତସ୍କରି, ଗୋ-ଚାଲାଣ କାରୀଙ୍କ ଘରେ  ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜିଲ୍ଲା ପୋଲିସ ଓ ସ୍ଥାନୀୟ ପୋଲିସ ର  ମିଳିତ ଭାବେ ଅତର୍କିତ ଚଢାଉ। ଚଢାଉ ବେଳେ ଜରୁରୀ କାଗଜ ପତ୍ର ଯେପରିକି ଜମି ଜମା କାଗଜ ପତ୍ର,  ବ୍ୟାଙ୍କ୍ ପାସବୁକ୍, ଏଟିଏମ୍ କାର୍ଡ, କ୍ରେଡିଟ କାର୍ଡ, ପର୍ସନାଲ ଡାଏରୀ,  ମୋବାଇଲ,  କାର ଓ  ବାଇକ୍ ଇତ୍ୟାଦି ଜବତ କରିବା ସହିତ ,ପୃଥକ ପୃଥକ ମାମଲାରେ  ସହଯୋଗୀ  ଅଭିଯୁକ୍ତ , ଗୋ ବ୍ୟବସାୟୀ, ଗୋ ମାଫିଆ ମାନଙ୍କୁ ଥାନାକୁ ନେଇ ଅଟକ ରଖିଛି।

  ତେବେ ଏହି ଚଢ଼ାଉ ବଡ଼ି ଭୋରରୁ  ଆରମ୍ଭ ହୋଇଥିବା ବେଳେ,  ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଆଡିସନାଲ ଏସ୍ପି, ଡିଏସ୍ପି, ଥାନା ଷ୍ଟାଫ୍ ସହିତ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଥିଲା। ତେବେ ଆଗାମୀ ଦିନରେ ଚଢାଉ କୁ ଆହୁରି ବଳବତ୍ତର କରାଯିବ ବୋଲି ଜିଲ୍ଲା  ପୋଲିସ ପଖରୁ ସୁଚନା ମିଳିଛି।