କଟକ: ରେଭେନ୍ସାରେ ପ୍ରଫେସର ପତିପାବନ ମିସ୍ର ମେମୋରିଆଲ୍ ସ୍ମାର୍ଟ ଶ୍ରେଣୀଗୃହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୋ କଲେଜ ଅଧକ୍ଷ୍ୟ ଆକାଶ ଦାସ ନାୟକ ଯୋଗ ଦେଇ ଶ୍ରେଣୀଗୃହକୁ ଉଦଘାଟନ କରିଥିଲେ । ଏହି ଅବସରରେ ଶ୍ରୀଦାସନାୟକ କହିଥିଲେ, ସମାଜକୁ କଲେଜ ଓ ବିଶ୍ୱବିଦ୍ୟାଳୟ ସହ ଯୋଡି କଲେଜର ବିକାଶ କରିବା ଦିଗରେ ଆମେ ଆଉ ଏକ ପାଦ ଆଗକୁ ଯାଇଛୁ । ରେଭେନ୍ସାରେ ପ୍ରଫେସର ପତିତ ପାବନ ମିଶ୍ରଙ୍କ ସ୍ମୃତିରେ ଏକ ସ୍ମାର୍ଟ ଶ୍ରେଣୀଗୃହ ତିଆରି ହୋଇଛି । ଜଣେ ମଣିଷ ଥିଲେ ପ୍ରଫେସର ମିଶ୍ର । ପଦାର୍ଥବିଜ୍ଞାନ କ୍ଷେତ୍ରରେ ସେ ସର୍ବଦା ଗବେଷଣା କରୁଥିଲେ । ବିଶ୍ୱ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀଙ୍କ ଜୀବନକୁ ସେ ଗଢିଥିଲେ । ତାଙ୍କ ସ୍ମୃତିରେ ବିଶ୍ୱବିଦ୍ୟାଳୟରେ ଏକ ସ୍ମାର୍ଟ ଶ୍ରେଣୀଗୃହ କରିବାକୁ ପ୍ରଫେସର ମିଶ୍ରଙ୍କ ଝିଅ ଶ୍ରୀମତି ପ୍ରଭାତି ମିଶ୍ର ଓ ଡ.ପ୍ରଣତି ମିଶ୍ର ,ପୁଅ ରଞ୍ଜନ ମିଶ୍ର ଓ ଶ୍ରୀ ପ୍ଳାଜମନ ମିଶ୍ର ଅର୍ଥ ଅନୁଦାନ ଦେଇଥିଲେ । ଏହାପରେ ମୋ କଲେଜ ପକ୍ଷରୁ ଏହି ଅର୍ଥରାଶିର ଦୁଇଗଣା ଅର୍ଥ ପ୍ରକଳ୍ପ ପାଇଁ ପ୍ରଦାନ କରାଯାଇଥିଲା । ଏହି କାର୍ଯକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ କହିଲେ,ପଦାର୍ଥବିଜ୍ଞାନ କ୍ଷେତ୍ରରେ ପ୍ରଫେସର ପତିତପାବନ ମିଶ୍ରଙ୍କ ନୂଆ ନୂଆ ଚିନ୍ତାଧାରା ଏବଂ ବିଶ୍ୱବିଦ୍ୟାଳୟ ଓ ପଦାର୍ଥବିଜ୍ଞାନ ବିଭାଗର ବିକାଶ ଲାଗି ତାଙ୍କର ଅବଦାନ ପାଇଁ ସେ ସର୍ବଦା ମନେ ରହିବେ । ପ୍ରଫେସର ଆଏ.ଏନ ମିଶ୍ର ଯୋଗଦେଇ ପ୍ରଫେସର ପତିତପାବନ ମିଶ୍ରଙ୍କ ଅତ୍ମଜୀବନୀ ପଢିଥିଲେ । ପ୍ରଫେସର ଶିବବ୍ରତ ଦାସ ଧନ୍ୟବାଦ ଦେଇଥିଲେ ।