୨ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଆସନ୍ତା ୧୯ ତାରିଖରେ ୨ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
(ଭୁବନେଶ୍ୱର) : ଆସନ୍ତା ୧୯ ତାରିଖରେ ୨ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ରହିଛି ।
ସୂଚନାନୁଯାୟୀ , ଶରଧାବାଲିଠାରେ ମଠର ୧୪୮ତମ ପ୍ରତିଷ୍ଠା ଦିବସ ଉତ୍ସବରେ ସେ ଉଦବୋଧନ ଦେବେ ବୋଲି ମଠ ସୂତ୍ରରୁ ସୂଚନା ଦିଆଯାଇଛି । ପୁରୀରେ ରହଣୀ କାଳରେ ରାଷ୍ଟ୍ରପତି ହୋଟେଲ୍ ମେଫେୟାରରେ ରହିବେ ବୋଲି ସୂଚନା ମିଳିଛି ।