ଦିଲ୍ଲୀ ଜନ୍ତରମନ୍ତରରେ CJP ଆନ୍ଦୋଳନ ଆଗରୁ ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଉଠାଇ ନେଲା ପୋଲିସ। ବିମାନ ଭିତରୁ ଆସି ପୋଲିସ ତାଙ୍କୁ ଉଠାଇ ନେଇଛି। ଏହାସହ ତାଙ୍କ ସହେଯୋଗୀ ସୌରଭ ଦାସ ଏବଂ ଆଷୁତୋଷ ରାଙ୍କାଙ୍କୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଛି । ମୁମ୍ବାଇରୁ ଆସି ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ପ୍ରତିବାଦ ପାଇଁ ଅନୁମତି ନଥିବା କହି ତାଙ୍କୁ ଉଠାଇ ନେଇଥିଲା । ଏପରିକି ସେ ଏୟାରପୋର୍ଟରୁ ବାହାରକୁ ବି ବାହାରି ପାରିନଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି ।

ଫ୍ଲାଇଟ ଭିତରେ ଅଭିଜିତଙ୍କୁ ବୁଝାଇବାକୁ ଯାଇଥିବା ପୋଲିସକୁ ଅଭିଜିତ କହିଥିଲେ ଯେ, ‘‘ମୋତେ ଗିରଫ କରିବା ପାଇଁ ଦିଲ୍ଳୀ ପୋଲିସର ପୁରା ଫୋର୍ସ ଆସିଛି । କିନ୍ତୁ ମୁଁ କାହାକୁ ଡରେ ନାହିଁ । ଯଦି ଚାହୁଁଛ ତ ମୋତେ ଗିରଫ କରିନିଅ । ଏ ସରକାର ଏବେ ଭୟଭୀତ । ସେଥିପାଇଁ ବିମାନ ଭିତରୁ ହିଁ ଲୋକଙ୍କୁ ଉଠାଇ ନେଇଯାଉଛି ।’’ ଯେହେତୁ ସେମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ ଚାହୁଁଛନ୍ତି, ତେଣୁ ଜାଣିଶୁଣି ସରକାର ଏଭଳି କରୁଥିବା ଅଭିଜିତ କହିଛନ୍ତି ।