ମହୋଦଧି ବିସର୍ଜନ ହେବ ଅଟଳଜୀଙ୍କ ଅସ୍ଥି କଳସ

( ଭୁବନେଶ୍ୱର) : ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲା ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ନେଇ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦନରେ ସନ୍ଧ୍ୟାରେ ପହଞ୍ଚିଥିଲେ । ବିମାନ ବନ୍ଦରରୁ ବାଜପେୟୀଙ୍କର ଅସ୍ଥି କଳସକୁ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ମୁଖ୍ୟାଳୟକୁ ଅଣାଯାଇଥିଲା । ଝାଞ୍ଜ , ମୃଦଙ୍ଗ ଶଦ୍ଦର ତାଳେତାଳେ ନାମ ସଂକୀର୍ତ୍ତନ ସହ ହଜାର ହଜାର ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଆଜି ରାଜ୍ୟ ବିଜେପି କାର୍ୟ୍ୟାଳୟରୁ ଏକ ସ୍ୱତନ୍ତ୍ର ଶୋଭାଯାତ୍ରାରେ ଏହି ମହାନ୍ ପୁରୁଷଙ୍କ ଅସ୍ଥି କଳସ ଯାତ୍ରା ଆରମ୍ଭ ହୋଇଛି । ବିରାଟ ଶୋଭାଯାତ୍ରା ଅଟଳଜୀଙ୍କ ଅସ୍ଥି କଳସ କୁ ଉତ୍ତରା ଛକ ଦେଇ ପୁରୁଣା ପୁରୀ ରାସ୍ତାରେ ଅଠରନଳା ଯିବ । । ସେଠାରେ ପୁରୀ ବାସୀ ଅସ୍ଥି କଳସକୁ ସ୍ୱାଗତ କରି ପୁରୀ ମହୋଦଧି ଅଭିମୁଖେ ନେଇଯିବେ । ସେଠାରେ ଅଟଳଙ୍କ ଅସ୍ଥି ବିସର୍ଜନ କରାଯିବା କାର୍ଯ୍ୟକ୍ରମ ରହିଛି ।

ସେହିପରି ଆସନ୍ତାକାଲି ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ସର୍ବଜନୀନ ସର୍ବଦଳୀୟ ଶୋକ ସଭା । ଯେଉଁଥିରେ ସବୁଦଳର ନେତା ତଥା ସାଧାରଣ ଲୋକଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି ।