ଭୁବନେଶ୍ଵର: ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି ନେଇ CHSEର ସୂଚନା । ବିନା ଜରିମାନାରେ ଫର୍ମପୂରଣ ଅବଧି ଆସନ୍ତା ୧୧ ପର୍ଯ୍ୟନ୍ତ ବୃଦ୍ଧି । ୨ ଶହ ଟଙ୍କା ଜରିମାନାରେ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ବଢ଼ିଲା । ୬ ଶହ ଟଙ୍କା ଜରିମାନାରେ ଫର୍ମପୂରଣ ଅବଧି ନଭେମ୍ବର ୧୯ରୁ ୨୧କୁ ବୃଦ୍ଧି ପାଇଛି ।

ତେବେ ଏହା ପୂର୍ବରୁ ନଭେମ୍ବର ୩ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଥିଲା ଫର୍ମଫିଲପ୍ ଅବଧି । ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ ଅକ୍ଟୋବର ୨୮ରେ ହେବାର ଥିଲା । ହେଲେ ବାତ୍ୟା ମୋନ୍ଥା ଲାଗି ଫର୍ମ ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଅନେକ କଲେଜରେ ଫର୍ମ ପୂରଣ ହୋଇପାରିନଥିଲା । ଶେଷରେ ଅନେକ କଲେଜ ବୋର୍ଡକୁ ତାରିଖ ଅବଧିକୁ ବୃଦ୍ଧି କରିବା ଲାଗି ନିବେଦନ କରିଥିଲେ । କଲେଜଙ୍କ ଆବେଦନକୁ ବିଚାରକୁ ନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯୁକ୍ତ ଦୁଇ ଫର୍ମପୂରଣ ପାଇଁ ତାରିଖ ନଭେମ୍ବର ୩ ତାରିଖ ଯାଏଁ ଘୁଞ୍ଚାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।