ପୀତବାସ ପଣ୍ଡା ହତ୍ୟା; କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ । ବ୍ରହ୍ମପୁର ବୈକୁଣ୍ଠନଗର ଅଞ୍ଚଳରେ ହେଲା କ୍ରାଇମ ସିନ୍‌ ରିକ୍ରିଏସନ୍‌ । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ହୋଇଥିବା ନେଇ ସୂଚନା ମିଳିଛି । ସାର୍ପ ସୁଟର କୁରୁପତି ଓ ବାଇକ୍‌ ଚାଳକ ଚିଣ୍ଟୁକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ୍‌ କରାଯାଇଛି । କେମିତି ଆସି ପଏଣ୍ଟ ବ୍ଲାଙ୍କ୍‌ରୁ ଗୁଳି କରି ଖସିଗଲେ ସେନେଇ ଅଭିଯୁକ୍ତ ଡେମୋ ଦେଖାଇଛନ୍ତି । ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ପୋଲିସ ଗତକାଲି କୋର୍ଟ ଚାଲାଣ କରି ୪ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା । ମାତ୍ର ଦୁଇ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ କୋର୍ଟ । ଗତକାଲି ଦୁଇଜଣ ଏବଂ ଆଜି ୪ଜଣଙ୍କୁ ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରୁଛି ।  ଉମା ବିଷୋୟୀ,  କୁରୁପତି ଭୂୟାଁ, ମଦନ ଦଳେଇମଳୟ ବିଷୋୟୀଯୋଗେନ୍ଦ୍ର ରାଉତ ଓ ଚିଣ୍ଟୁ ପ୍ରଧାନ ଛଅ ଜଣଙ୍କୁ ରିମାଣ୍ଡରେ ଯାଇଛନ୍ତି ।

ଖବର ଅନୁଯାୟୀ, ଗତ ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ହୋଇଥିଲା। ଘଟଣାରେ ପୁଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରିସାରିଥିଲା । ବାକି ଆଉ ଦୁଇଜଣ ଫେରାର ଥିଲେ। ଗତ ୨୨ ତାରିଖରେ ପୋଲିସ ବିଜେଡି ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ଜୟପୁରର ସୁନୀଲ ହୋତା ଓ ବିଜେଡି ନେତା ଶୂନ୍ୟ ଦାସଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପୁଲିସ ଜେରା କରୁଛି। ଉମା ଓ କୁରୁପତି ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି। ଉମା ଓ କୁରୁପତିଙ୍କ ଘର ଗୋଟିଏ ଗ୍ରାମରେ ହୋଇଥିବା ବେଳେ ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । ହେଲେ କୋର୍ଟ ଉମା ବିଷୋୟୀ ଓ କୁରୁପତି ଭୂୟାଁଙ୍କୁ ଦୁଇ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।