କେନ୍ଦ୍ର ସରକାରଙ୍କୁ କଂଗ୍ରେସର ପ୍ରଶ୍ନ

(ଋିପୋର୍ଟରସ ଟୁଡେ) : ଆଜି ପେଟ୍ରୋଲ ଲିଟର ପିଛା ୮୧ ଟଙ୍କା ୦୬ ପଇସା ଏବଂ ଡ଼ିଜେଲ ଲିଟର ୭୯ ଟଙ୍କା.୨୭ ପଇସାରେ ରେ ପହଂଚିଛି । ସେହିପରି ଗତକାଲି ପେଟ୍ରାଲ ଲିଟର ପିଛା ୮୦ ଟଙ୍କା ୯୬ ପଇସା ଏବଂ ଡ଼ିଜେଲ ଲିଟର ପିଛା ୭୯ ଟଙ୍କା ୩୧ ପଇସାରେ ବିକ୍ରୀ ହେଉଥିଲା । ପେଟ୍ରୋଲ ,ଡ଼ିଜେଲ ଏବଂ ରନ୍ଧନ ଗ୍ୟାସ ସିଲିଣ୍ଟର ଦର ଦେଶର ବିଭିନ୍ନ ଭାଗରେ ୯୦ ଟଙ୍କା ୮୦ ଟଙ୍କା ଏବଂ ୯୦୦ ଟଙ୍କାରେ ପହଂଚିି ସାଧାରଣ ଲୋକଙ୍କ ନିଦ ହଜାଇ ଦେଇଛି । ଏହାକୁୁ ନେଇ ସେମାନେ ଯେଉଁଭଳି ଭାବରେ ହଇରାଣ ହେଉଛନ୍ତି , ପୂର୍ବର୍ରୁ କେବେ ହୋଇନଥିଲେ । ଦିନକୂ ଦିନ ଦରଦାମ ବୃଦ୍ଧି ପ୍ରତିବାଦରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନିରେ ଏଆଇସିସିର ସମ୍ପାଦକ ପ୍ରଣବ ଝା ଏହି ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଙ୍କ ଉପରେ ବର୍ଷିଛନ୍ତି ଆଉ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନରେ ପୋତିଦେଇଛନ୍ତ ।