ସୁଧୁରୁନି ରେଙ୍ଗାଲି ନଦୀବନ୍ଧ ବିସ୍ଥାପିତଙ୍କ ସମସ୍ୟା

(ହରିଶ ଚନ୍ଦ୍ର ଦାସ): ରେଙ୍ଗାଲି ପାଣି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ୪ ଦଫା ଦାବୀ ନେଇ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ତୁରନ୍ତ ଏକର ପିଛା ୫୦ ହଜାର ଟଙ୍କା ଅନୁକମ୍ପା ମୁଳକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି । ୧୯୮୧ ମସିହାରେ ଅନୁଗୁଳ ଜିଲ୍ଲା ବହୁମୂଖି ବନ୍ଧ ଯୋଜନା ପାଇଁ ଭିଟାମାଟି ବୁଡ଼ିରେ ବିସ୍ଥାପିତ ଲୋକଙ୍କୁ ଏ ଯାଏ ଥଇଥାନ କରାଯାଇ ନାହିଁ । ସେହିପରି ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ହାଇପାୱାର କମିଟି ବୈଠକ ବସାଇ ଏକର ପିଛା ୫୦ ହଜାର କ୍ଷତି ପୂରଣ ଦେବାକୁ ଘୋଷଣା କରିଥିଲେ । ହେଲେ ଯାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ଆସନ୍ତା ଶନିବାରଠାରୁ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।