ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

( ଆଦର୍ଶ ରାଉତ): ଗତକାଲି ରାଜଧାନୀରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପାଳଶୁଣୀ ଛକରେ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଆକ୍ରମଣ ହୋଇଥିବା ଯୁବକ ଜଣକ ହେଲେ ଚିତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ ଭର୍ତ୍ତି କରାଯାଇଛି । ତାଙ୍କ ପରିବାର ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରାଯାଇଛି । ଚତ୍ତଙ୍କ ନାଁରେ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ସ୍ୱାସ୍ଥ୍ୟ ଅବସ୍ଥା ଭଲ ହେବା ପରେ ଚିତ୍ତକୁ ଗରିଫ କରାଯିବ ବୋଲି ମଞ୍ଚେଶ୍ୱର ଥାନା ଅଧିକାରୀ କହିଛନ୍ତି ।