ଭାରତୀୟ ୱେବସାଇଟ୍‌ ଉପରେ ପାକିସ୍ତାନ ହ୍ୟାକରଙ୍କ ଆକ୍ରମଣ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଅପରେସନ ସିନ୍ଦୁର । ଏବେ ଭାରତ ଉପରେ ପ୍ରତିଶୋଧ ନେବା ପାଇଁ ନୂଆ ନୂଆ ଷଡଯନ୍ତ୍ର ରଚୁଛି ପାକିସ୍ତାନ । ସେମଧ୍ୟରୁ ପାକିସ୍ତାନ ହ୍ୟାକର ମାନେ ଭାରତ ଉପରେ ସାଇବର ଆଟାକ ଆରମ୍ଭ କରିଛି । ସାଇବର ଆଟାକର ଏକ ରିପୋର୍ଟ ଅନୁଯାୟୀ ଭାରତର ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ବ ୱେବସାଇଟ୍‌ ଓ କ୍ରିଟିକାଲ ଇନଫ୍ରାଷ୍ଟ୍ରକଚର ଉପରେ ସାଇବର ଆକ୍ରମଣ କରିଛନ୍ତି । ଏଥି ମଧ୍ୟରୁ ୧୫୦ଟି ଆକ୍ରମଣ ସଫଳ ହୋଇଥିବା ଜାତୀୟ ନ୍ୟୁଜ ଏଜେନ୍ସି ପିଟିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଏହାର ଅର୍ଥ ୯୯.୯୯% ଆକ୍ରମଣ ଅସଫଳ ହୋଇଛି ।


ଏହି ରିପୋର୍ଟର ଶୀର୍ଷକ ‘ରୋଡ୍‌ ଅଫ୍‌ ସିନ୍ଦୂର’ ଏବଂ ଏହାକୁ ରାଜ୍ୟ ପୋଲିସ ଓ ଗୁଇନ୍ଦା ବିଭାଗ ସମେତ ସମସ୍ତ ଗୁରୁତ୍ବପୂର୍ଣ୍ଣ ଏଜେନ୍ସିକୁ ପ୍ରଦାନ କରାଯାଇଛି । କୁହାଯାଇଛି ଯେ ଏହି ଆକ୍ରମଣ କେବଳ ପାକିସ୍ତାନରୁ ନୁହେଁ ବରଂ ବାଂଲାଦେଶ, ମଧ୍ୟପ୍ରାଚ୍ୟ ଏବଂ ଇଣ୍ଡୋନେସିଆରୁ ମଧ୍ୟ କରାଯାଉଛି। ମହାରାଷ୍ଟ୍ର ସାଇବର ଅତିରିକ୍ତ ଡିଜିପି ଯଶସ୍ବୀ ଯାଦବ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଯୁଦ୍ଧ ବନ୍ଦ ହୋଇଥିଲେ ମଧ୍ୟ ସାଇବର ଆକ୍ରମଣ ବନ୍ଦ ହୋଇନାହିଁ।


ଭାରତ ଓ ପାକିସ୍ତାନ ମଧ୍ୟରେ ଆପୋଷ ସହମତିରେ ସାମରିକ ଯୁଦ୍ଧ ବନ୍ଦ ହେବା ପରେ ପାକିସ୍ତାନୀ ସହଯୋଗୀ ହ୍ୟାକରମାନେ ଭାରତ ଉପରେ ସାଇବର ଆକ୍ରମଣ କରୁଛନ୍ତି । ମହାରାଷ୍ଟ୍ର ସାଇବରର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏହି ହ୍ୟାକରମାନେ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜା ଅନ୍ତର୍ଜାତୀୟ ବିମାନ ବନ୍ଦର, ଟେଲିକମ କମ୍ପାନୀ, ନିର୍ବାଚନ କମିଶନଙ୍କ ୱେବସାଇଟ୍‌କୁ ଟାର୍ଗେଟ କରାଯାଇଥିଲା ।


ବୈଷୟିକ ଭାବରେ କହିବାକୁ ଗଲେ, ହ୍ୟାକରମାନେ ଊଊକ୍ଟଝ (ଡିଷ୍ଟ୍ରିବ୍ୟୁଟେଡ୍ ଡିନାଏଲ୍-ଅଫ୍-ସେବା), ମାଲୱେର୍, ୱେବସାଇଟ୍ ଡିଫେସମେଣ୍ଟ୍ ଏବଂ ଏଚଝ ସ୍ପୁଫିଂ ଭଳି ଟେକନିକ୍‌ର ବ୍ୟବହାର କରି ଆକ୍ରମଣ କରିଥିଲେ । ଏହା ବ୍ୟତୀତ ପାକିସ୍ତାନ ସହିତ ଜଡିତ ସାଇବର ଗୋଷ୍ଠୀଗୁଡ଼ିକ ମଧ୍ୟ ମିଥ୍ୟା ଖବର ଏବଂ ଭୁଲ ସୂଚନା ପ୍ରସାର କରିବାକୁ ଚେଷ୍ଟା କରିଥିଲେ । ଯେପରିକି ଭାରତର ପାୱାର ଗ୍ରୀଡ୍ ଉପରେ ଆକ୍ରମଣ, ସାଟେଲାଇଟ୍ ଜାମ୍, ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଷ୍ଟୋରେଜ ଉପରେ ଆକ୍ରମଣ ଇତ୍ୟାଦି । ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏହି ହ୍ୟାକର ଗୋଷ୍ଠୀ ପ୍ରାୟ ୫୦୦୦ରୁ ଅଧିକ ମିଥ୍ୟା ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଥିବା ମହାରାଷ୍ଟ୍ର ସାଇବର ସୂଚନା ଦେଇଛି ।